ମହାରାଜ ଛତ୍ରପତି ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ ସମୟରେ ପାଲଘରରେ ଏକ କାର୍ଯ୍ୟକୁ ସମ୍ବୋଧିତ କରିଛନ୍ତି ଏବଂ ବାଧାବାନ ବନ୍ଦର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ପ୍ରାୟ 1,560 କୋଟି ଟଙ୍କା ମୂଲ୍ୟର ମତ୍ସ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ସମୟରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ।

ପ୍ରାଧାନମନ୍ତ୍ରୀ ମୋଦି କହିଛନ୍ତି, ମହାରାଜ ଛତ୍ରପତି ଶିବାଜୀ ଆମେ ଦେବତା, ମୁଁ ମୋ ଆରାଧ୍ୟାଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି କହିଛନ୍ତି ମୋଦି । ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ଭାବି ପୂଜା କରନ୍ତି ଏବଂ ଏହି ଘଟଣାକୁ ନେଇ ଗଭୀର ଆଘାତ ପାଇଛନ୍ତି, ମୁଁ ମୁଣ୍ତ ନୁଆଁଇ ସେମାନଙ୍କୁ କ୍ଷମା ମାଗୁଛି । ଆମ ପାଇଁ ଆମ ଦେବତାଙ୍କଠାରୁ ବଡ଼ କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଏପରି ଏକ ସମୟ ଥିଲା ଯେତେବେଳେ ଭାରତର ସବୁଠାରୁ ସମୃଦ୍ଧ ତଥା ଶକ୍ତିଶାଳୀ ଦେଶ ମଧ୍ୟରେ ଗଣାଯାଇଥିଲା। ଭାରତର ଏହି ସମୃଦ୍ଧିର ଏକ ପ୍ରମୁଖ ଆଧାର ହେଉଛି ଭାରତର ସାମୁଦ୍ରିକ ଶକ୍ତି ।












Click it and Unblock the Notifications