Get Updates
Get notified of breaking news, exclusive insights, and must-see stories!

ଗାନ୍ଧୀ ପରିବାର ପାଇଁ ମୁଁ ବହୁତ ଦୁଃଖିତ, ୩୧ ବର୍ଷ ହେବ ଜେଲରେ ଅନୁତାପ କରୁଛି: ନଳୀନି ଶ୍ରୀହରନ୍

ରାଜୀବ ଗାନ୍ଧୀ ହତ୍ୟା ମାମଲା : ଗାନ୍ଧୀ ପରିବାର ପାଇଁ ମୁଁ ବହୁତ ଦୁଃଖିତ, ୩୧ ବର୍ଷ ହେବ ଜେଲରେ ଅନୁତାପ କରୁଛି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ସଭାପତି ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳୀନି ଶ୍ରୀହରନ୍ ଜେଲରୁ ମୁକୁଳିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାମିଲନାଡୁର ଭେଲୋର ଜେଲରୁ ନଳୀନିଙ୍କୁ ଦୀର୍ଘ ୩୧ ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଛି । ଜେଲରୁ ମୁକୁଳିବା ପରେ ନଳୀନି ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ ଯେଉଁଥିରେ ସେ ଅନେକ କଥା କହିଥିଲେ ।

Nalini Sriharan

ସେ ଜେଲରୁ ମୁକୁଳିବା ପରେ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ସେ କହିଛନ୍ତି ଯେ ସେଦିନର ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି । ଏହାସହ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ସେ ଦୀର୍ଘ ୩୧ ବର୍ଷ ହେବ ଜେଲରେ ଅନୁତାପ କରୁଥିବା କଥା କହିଛନ୍ତି । ଏହା ମଧ୍ୟରେ ୩୧ ବର୍ଷ ବିତିଯାଇଛି । ଏହି ୩୧ ବର୍ଷ ମଧ୍ୟରେ ସେ ନିଜର ଅନେକ ପରିଜନଙ୍କୁ ହରାଇ ସାରିଛନ୍ତି । ସେ ଖୁବ୍ କଷ୍ଟରେ ଦିନ କାଟିଛନ୍ତି । ଆଗକୁ ସେ ନିଜ ସ୍ୱାମୀଙ୍କ ସହ ରହିବେ ବୋଲି କହିଛନ୍ତି ନଳୀନି । ତେବେ ୨୦୦୦ ମସିହାରେ ନଳିନୀ କ୍ଷମା ପାଇଁ ଏକ ଆବେଦନ କରିଥିଲେ ।

ଜେଲରୁ ମୁକ୍ତ ହୋଇଥିବା ନଳିନୀ ଶ୍ରୀହରନ୍ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବାରେ ଦୋଷୀ, ତଥାପି ସେ ଗାନ୍ଧୀ ପରିବାରର ସହାନୁଭୂତି ପାଆନ୍ତି । ଯେତେବେଳେ ଗାନ୍ଧୀ ପରିବାରକୁ ଭେଟିବା ବିଷୟରେ କିଛି ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ଗାନ୍ଧୀ ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ମୁଁ ଆଶା କରୁଛି ଯେ ସେମାନେ ଦିନେ ଏହି ଦୁର୍ଘଟଣାକୁ ପାସୋରି ଦେବେ । ଗାନ୍ଧୀ ପରିବାରର କାହାକୁ ଭେଟିବା ପାଇଁ ମୋର କୈଣସି ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ ।

ନଳିନୀ ଶ୍ରୀହରନ୍ କହିଛନ୍ତି '୩୧ ବର୍ଷ ପରେ ମୁଁ ଜେଲରୁ ବାହାରିଛନ୍ତି, ଜେଲରୁ ବାହାରିବା ପରେ ମୁଁ ଖୁସି ଅଛି । କିନ୍ତୁ ମୁଁ ସେତେ ଖୁସି ନୁହେଁ କାରଣ ମୋ ସ୍ୱାମୀଙ୍କୁ ୨୦ ବର୍ଷ ବୟସରେ ହିଁ ଜେଲକୁ ପଠାଯାଇଥିଲା ଏବଂ ଆଜି ସେ ଜେଲରୁ ବାହାରିଛନ୍ତି । ମୁଁ ମୋ ପରିବାରକୁ ଭେଟିବାକୁ ଚାହୁଁଛି । ମୋ ପରିବାର, ମୋ ଝିଅ, ମୋ ସ୍ୱାମୀଙ୍କ ପରିବାର ସମସ୍ତେ ମୋତେ ଅପେକ୍ଷା କରିଛନ୍ତି । ଆଗକୁ ମୁଁ ମୋ ସ୍ୱାମୀଙ୍କ ସହିତ ରହିବି । ଆମେ ୩୨ ବର୍ଷ ହେଲେ ଅଲଗା ରହିଛୁ ।'

ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏସ ନଳିନୀ, ଜୟକୁମାର, ଆରପି ରବିଚନ୍ଦ୍ରନ, ରୋବର୍ଟ ପିୟାସ୍, ସୂଥେନ୍ଦ୍ରରାଜ ଏବଂ ଶ୍ରୀହରନ୍ ଙ୍କୁ ମୁକ୍ତ କରାଯାଇଛି । ଜେଲରେ ସମସ୍ତଙ୍କ ଆଚରଣରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଏହା ସହିତ ସମସ୍ତେ ଜେଲରେ ରହିବା ସମୟରେ ଅନେକ ଡିଗ୍ରୀ ହାସଲ କରିଛନ୍ତି । ୧୯୯୧ ମସିହାରେ ତାମିଲନାଡୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଥଲା । ଏହି ମାମଲାରେ ନଳୀନିଙ୍କ ସମେତ ଅନ୍ୟ ୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+