ସ୍ୱାଧିନ ଭାରତରେ ଜନ୍ମ ନେଇଥିବା ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ:ନରେନ୍ଦ୍ର ମୋଦି
PM Narendra Modi US Visit: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା କାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରିହେ ମୋଦି । ପିଏମ୍ ମୋଦି ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବଡ଼ ବଡ଼ କମ୍ପାନୀର ଲିଡରଙ୍କୁ ମଧ୍ୟ ଭେଟିବେ ମୋଦି । ଖାସ କଥା ହେଲେ ଯେ ନିଜର ଏହି ଗସ୍ତ ସମୟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ମଧ୍ୟ ମୋଦି ଭେଟିବେ ମୋଦି ।
ନିଜର ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରା ପୂର୍ବରୁ ପିଏମ ମୋଦି ଆମେରିକାର ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ଏକ ସାକ୍ଷାତକାର ଦେଇଥିଲେ ଯେଉଁଥିରେ ସେ ଭାରତ ଏବଂ ଆମେରିକାର ସମ୍ପର୍କ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସେ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ସ୍ୱାଧୀନ ଭାରତରେ ଜନ୍ମ ନେଇଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ବିଶ୍ୱ ରାଜନୀତିରେ ଭାରତର ଅବଦାନ ଏବଂ ଚୀନ୍ର ଆକ୍ରୋଶ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ସେହିପରି ନିଜ ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ନ୍ୟୁୟର୍କରୁ ମୋର ଗସ୍ତ ଆରମ୍ଭ କରିବି, ଯେଉଁଠାରେ ମୁଁ ଜୁନ୍ 21 ରେ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଜାତିସଂଘର ନେତୃତ୍ୱ ତଥା ଆନ୍ତର୍ଜାତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ 'ଅନ୍ତର୍ଜାତୀୟ ଯୋଗ ଦିବସ' ପାଳନ କରିବି ।
ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ନ୍ୟୁୟର୍କରେ ରହୁଥିବା ଭାରତୀୟ ସଂଗୀତଜ୍ଞ ଫାଲଗୁନୀ ଶାହାଙ୍କୁ ଭେଟିବା ନେଇ ସୂଚନା ରହିଛି ।
ସେହିପରି ନାମିଦାମୀ ଇକୋନୋମିଷ୍ଟ, ଅଭିନେତା ଏବଂ ବୈଜ୍ଞାନିକଙ୍କ, ସଂଗୀତଜ୍ଞ, ବିଜନେସ୍ ମ୍ୟାନଙ୍କୁ ମଧ୍ୟ ଭେଟିବେ । ମୋଦି ୨୦୧୩ରେ ଆମେରିକା ରାଷ୍ଟ୍ରପତିଙ୍କ ସହକାରୀ ଥିବା ମାଇକେଲ ଫ୍ରୋନଙ୍କୁ ମଧ୍ୟ ଭେଟିବେ ।












Click it and Unblock the Notifications