ମୁଁ ଆଧୁନିକ ଯୁଗର। ଅଭିମନ୍ୟୁ,ମହାରାଷ୍ଟ୍ରରେ ବଡ ବିଜୟ ପରେ ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ୍

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟରେ ବିଜେପିରେ ଖୁସିର ଲହର ଖେଳିଯାଇଛି । ଏହି ବିଜୟ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହା ଏକତାର ବିଜୟ । ଆମେ ସମସ୍ତେ ମିଶି ନିର୍ବାଚନ ଲଢିଲୁ ଏବଂ ଜନତା ମହାୟୁତିକୁ ଆଶୀର୍ବାଦ ଦେଇଛନ୍ତି । ତେବେ ଏହି ସମ୍ୱୋଧନରେ ସେ ନିଜକୁ ଆଧୁନିକ ଯୁଗର ଅଭିମନ୍ୟୁ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରର ସମସ୍ତ ଜନତା ମିଶି ଏହି ବିଜୟ ଦେଇଛନ୍ତି । ଲାଡଲୀ ବହନୋ ଏବଂ ଲାଡଲେ ଭାଇଙ୍କ ସମର୍ଥନ ଆମକୁ ମିଳିଲା । ଲୋକସଭା ନିର୍ବାଚନରେ ଯେଉଁ ଫ୍ୟାକ୍ ନେରେଟିଭ୍ ପ୍ରସ୍ତୁତ କରାଯାଇଥିଲା, ତାହାକୁ ଆମେ ଭାଙ୍ଗିଛୁ ।

Devendra Fadnavis

ଫଡନଭିସ କହିଛନ୍ତି, ଆମ ବିରୋଧରେ ରଚାଯାଇଥିବା ଚକ୍ରବ୍ୟୁହକୁ ଆମେ ଶେଷ କରିଛୁ । ଏହି ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିଶେଷର ଧ୍ରୁବୀକରଣ ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ତାହା ସଫଳ ହେଲା ନାହିଁ । ସବୁ ସାଧୁସନ୍ଥଙ୍କ ଆଶୀର୍ବାଦ ଆମକୁ ମିଳିଛି ଏବଂ ସେମାନେ ଏକ ରହିବା ପାଇଁ ସନ୍ଦେଶ ହେଇଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏବଂ ଅନ୍ୟ ଛୋଟ ଦଳ ମଧ୍ୟ ମିଶି ନିର୍ବାଚନରେ କାମ କରିଛି । ଏହି ବିଜୟ ମହାୟୁତିର । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଉଛି, ଯାହାଙ୍କ ପାଇଁ ଏହି ବିଜୟ ମିଳିଛି । ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।

ଦେବେନ୍ଦ୍ର ଫଡ଼ନଭିସ୍ କହିଛନ୍ତି ଯେ ଆମ ନେତାମାନେ ନିଜ ଆସନ ସହ ଆମ ସହଯୋଗୀ ଲଢୁଥିବା ଆସନରେ କାମ କରିଛନ୍ତି । 'ଏକ ହେ ତୋ, ସେଫ୍ ହେ' ଏହି ନିର୍ବାଚନ ସ୍ପଷ୍ଟ କରିଛି । ଫଡନଭିସ କହିଛନ୍ତି ଯେ ମୁଁ ପୂର୍ବରୁ ବି କହିସାରିଛି, 'ମୁଁ ଆଧୁନିକ ଯୁଗର ଅଭିମନ୍ୟୁ ଏବଂ ଚକ୍ରବ୍ୟୁହ ଭାଙ୍ଗିବା ଜାଣିଛି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+