“ମୁଁ ମହାଦେବଙ୍କ ଭକ୍ତଟ୍ଟ ସବୁ ବିଷ ଢୋକି ଦିଏ, ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି ?
ପ୍ରଧାନମନ୍ତ୍ରୀ ମୋଦିଙ୍କ ମା'ଙ୍କୁ କଂଗ୍ରେସ ଗାଳି କରିବା ବିବାଦକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ନରେନ୍ଦ୍ର ମୋଦି । ଗ୍ୱାହାଟୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏ ପ୍ରସଙ୍ଗ ଉପରେ ପୁଣି ଚର୍ଚ୍ଚା କରିଛନ୍ତି । ନିଜ ଭାଷଣାରେ ମୋଦି କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୁ ଜାଣେ, କଂଗ୍ରେସ ଇକୋସିଷ୍ଟମ ମୋତେ ଟାର୍ଗେଟ କରୁଛନ୍ତି ଏବଂ କହୁଛନ୍ତି ମୁଁ କାନ୍ଦିବି । ଜନତା ମୋ ଭଗବାନ । ଯଦି ମୁଁ ମୋ କଷ୍ଟକୁ
ସେମାନଙ୍କୁ ନଜଣାଇବି ତେବେ କାହା ଆଗରେ କହିବି । ଏଥିସହ ମୋଦି କହିଛନ୍ତି ମୁଁ ମହାଦେବଙ୍କ ଭକ୍ତ, ସବୁ ଗାଳିର ଜହରକୁ ମୁଁ ଗିଳିଦେବି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅପରେସନ୍ ସିନ୍ଦୂର ପରେ ଏହା ମୋର ପ୍ରଥମ ଆସାମ ଗସ୍ତ। ମା' କାମାକ୍ଷାଙ୍କ ଆଶୀର୍ବାଦରେ ଅପରେସନ ସିନ୍ଦୂର ଏକ ବଡ଼ ସଫଳତା ଥିଲା। ତେଣୁ, ଆଜି ମା' କାମାକ୍ଷାଙ୍କ ଭୂମିକୁ ଆସି ମୁଁ ଏକ ଭିନ୍ନ ପବିତ୍ର ଅନୁଭୂତି ପାଉଛି। ଆଜି ଏଠାରେ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଆପଣ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା।
ମା'ଙ୍କ ଅପମାନ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୋତେ ଯେତେ ଗାଳି ଦିଆଗଲେ ମଧ୍ୟ, ମୁଁ ଭଗବାନ ଶିବଙ୍କ ଭକ୍ତ, ମୁଁ ସମସ୍ତ ବିଷ ବାହାର କରିଦିଏ। କିନ୍ତୁ ଯେତେବେଳେ ଅନ୍ୟ କାହାକୁ ଅପମାନ କରାଯାଏ, ମୁଁ ତାହା ସହ୍ୟ କରିପାରେ ନାହିଁ। ଆପଣମାନେ ମୋତେ କୁହନ୍ତୁ, ଭୂପେନ ଦା'ଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାର ମୋର ନିଷ୍ପତ୍ତି ଠିକ୍ ନା ଭୁଲ? କଂଗ୍ରେସ ଦଳ ଦ୍ୱାରା ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ କରାଯାଇଥିବା ଅପମାନ ଠିକ୍ ନା ଭୁଲ? ବିଜେପିର ଡବଲ ଇଞ୍ଜିନ ସରକାର ଆସାମର ମହାନ ସନ୍ତାନ ଏବଂ ଆମର ପୂର୍ବପୁରୁଷମାନେ ଆସାମ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ କରିବାରେ ପୂର୍ଣ୍ଣ ନିଷ୍ଠାର ସହିତ ନିୟୋଜିତ ଅଛନ୍ତି।

ଅନୁପ୍ରବେଶ ପ୍ରସଙ୍ଗରେ ମୋଦି କହିଛନ୍ତି, "କଂଗ୍ରେସର ମୁଖ୍ୟ ଲକ୍ଷ୍ୟ ହେଉଛି ଭୋଟ୍ ବ୍ୟାଙ୍କ। ସେମାନେ ଦେଶର ଚିନ୍ତା ନକରି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି।" ସେ ଅପରେସନ ସିନ୍ଦୁର ଉଲ୍ଲେଖ କରି କଂଗ୍ରେସକୁ ଆତଙ୍କବାଦୀ ଓ ପାକିସ୍ତାନର ଏଜେଣ୍ଡାକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି।ଏହା ସହିତ ସେ ଭୁପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୂର୍ବ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି, "କଂଗ୍ରେସ ଉତ୍ତର-ପୂର୍ବାଞ୍ଚଳର ଜନତାଙ୍କ ଘାଆ ଉପରେ ଲୁଣ ଛିଞ୍ଚୁଛି।"












Click it and Unblock the Notifications