ଆମେରିକାରେ ଫସି ରହିଛନ୍ତି ଭାରତୀୟ ଯୁବତୀ: ମାଆ କରୁଛି ଗୁହାରୀ, ମୋ ଝିଅକୁ ଫେରେଇ ଆଣ...
Hyderabad Woman Trapped in US: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଜଣେ ଯୁବତୀ ଆମେରିକାର ରାସ୍ତାରେ ଭୋକ ଓପାସରେ ପଡି ରହିଥିବା ଦେଖିବାକୁ ମିଳିଛି । ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ।କୁହାଯାଉଛି ଯେ, ଯୁବତୀ ଜଣଙ୍କ ମାଷ୍ଟର ଡିଗ୍ରୀ ହାସଲ କରିବାକୁ ଆମେରିକା ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ଜିନିଷ ପତ୍ର ଚୋରି ହୋଇଗଲା । ଖାଦ୍ୟ ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା ।
ଏହି ପ୍ରସଙ୍ଗରେ ଝିଅର ମା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏକ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବା ସହ ତାଙ୍କ ଝିଅକୁ ଭାରତକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏଥି ସହ ଭାରତ ରାଷ୍ଟ୍ରିୟ ସମିତି ନେତା ଖାଲିକୁର ରେହମାନ ପୀଡିତାଙ୍କ ମା'ଙ୍କ ସ୍ୱର ଉତ୍ତୋଳନ କରିବା ପରେ ଟ୍ୱିଟରରେ କିଛି ଚିତ୍ର ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ବାସ୍ତବରେ, ତେଲେଙ୍ଗାନା ମୌଲା ଅଲିର ସୟଦା ଲୁଲୁ ମିନହାଜ ଜୈଦୀ ନାମକ ଜଣେ ହାଇଦ୍ରାବାଦ ମହିଳା ଅଗଷ୍ଟ 2021 ମସିହାରେ ଆମେରିକାର ଡେଟ୍ରୋଇଟ୍ ସ୍ଥିତ ଟ୍ରାଇନ୍ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀ ହାସଲ କରିବାକୁ ଯାଇଥିଲେ। ଜାଇଦିଙ୍କ ମା ସୟଦା ୱାହାଜ ଫାତିମାଙ୍କ କହିବାନୁସାରେ, ଝିଅ ଆମ ସହିତ ଯୋଗାଯୋଗ କରୁଥିଲା । କିନ୍ତୁ ଗତ ଦୁଇ ମାସରୁ ସେ ମୋ ସହ ଯୋଗାଯୋଗରେ ନାହିଁ । ନିକଟରେ ଆମେ ହାଇଦ୍ରାବାଦର ଦୁଇ ଜଣ ଯୁବକଙ୍କ ମାଧ୍ୟମରେ ଜାଣିବାକୁ ପାଇଲୁ ଯେ ମୋ ଝିଅ ଅବସାଦଗ୍ରସ୍ତ ହୋଇ ପଡ଼ିଛି । କେହି ତାର ଜିନିଷ ଚୋରି କରି ନେଇଯାଇଛି । ଯେଉଁଥି ପାଇଁ ସେ ଅନାହାର । ମୋ ଝିଅକୁ ଆମେରିକାର ଚିକାଗୋ ରାସ୍ତାରେ ଦେଖିବାକୁ ମିଳିଛି ।
Ms.Syeda Lulu Minhaj Zaidi from Hyd went to pursue MS from TRINE University, Detroit was found in a very bad condition in Chicago, IL. Her mother has appealed @DrSJaishankar to bring back her daughter. Would appreciate the immediate help. @HelplinePBSK @IndiainChicago… pic.twitter.com/dh4M4nPwxZ
— Khaleequr Rahman (@Khaleeqrahman) July 25, 2023
ତେବେ ଯୁକ୍ତରାଷ୍ଟ୍ର ଆମେରିକା ରାଜଧାନୀ ୱାଶିଂଟନ୍ ଡିସି ସ୍ଥିତ ଭାରତର ଦୂତାବାସ ଏବଂ ଚିକାଗୋ ଠାରେ ରହିଥିବା ଭାରତୀୟ କନସୁଲେଟ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସୟଦା ୱାହାଜ ଫାତିମା ଅନୁରୋଧ କରିଛନ୍ତି । ତାଙ୍କ ଝିଅକୁ ଭାରତ ଫେରାଇ ଆଣିବା ଲାଗି ସେ ନିବେଦନ କରିଛନ୍ତି । ଏନେଇ ସେ କହିଛନ୍ତି ଯେ ମହମ୍ମଦ ମିନହଜ ଅଖତରଙ୍କ ସାହାଯ୍ୟରେ ତାଙ୍କ ଝିଅକୁ ଚିହ୍ନଟ କରାଯାଇ ପାରିବ।












Click it and Unblock the Notifications