ମହିଳାଙ୍କ ପାଇଁ ଖୁସି ଖବର! ବଜାରକୁ ଆସିଲା ସୁଗନ୍ଧିତ ଶାଢୀ
ସୁଗନ୍ଧିତ ଶାଢୀ ବିଷୟରେ ଶୁଣିଛନ୍ତି । ଏଭଳି ଏକ ଶାଢୀ ତିଆରି କରିଛନ୍ତି ତେଲେଙ୍ଗାନା ସିଲସିଲ୍ଲାର ବୁଣାକାର ନାଲା ବିଜୟ ।
ହାଇଦ୍ରାବାଦ: ସାଧାରଣତଃ ମହିଳାଙ୍କୁ ବିଭିନ୍ନ ପ୍ରକାର ଶାଢୀ କିଣିବାର ସଉକ ରହିଥାଏ । କିଏ ପାଟ ଶାଢୀ ପସନ୍ଦ କରେ ତ ଆଉ କିଏ ଭଳି କି ଭଳି ସିଲ୍କ ଆଉ ସୂତା । କେହି କେହି ରଙ୍ଗ ଏବଂ ଶାଢୀର ଲମ୍ବ ଉପରେ ଗୁରୁତ୍ବ ଦେଇଥାନ୍ତି । ଶାଢୀଟିଏ ପିନ୍ଧିବା ପରେ ବେଶୀ ସୁନ୍ଦର ଲାଗନ୍ତି ମହିଳା । ଏମିତି ଦେଖିବା ପାଇଁ ଗଲେ ଭଳିକି ଭଳି ଶାଢୀ ମାର୍କେଟରେ ମିଳେ । ଶାଢୀ କିଣିବା ପରେ ଏଥିରେ ଅତର ବ୍ୟବହାର କରିଥାନ୍ତି ମହିଳାମାନେ। କିନ୍ତୁ କେବେ ସୁଗନ୍ଧିତ ଶାଢୀ ବିଷୟରେ ଶୁଣିଛନ୍ତି । ଏଭଳି ଏକ ଶାଢୀ ତିଆରି କରିଛନ୍ତି ତେଲେଙ୍ଗାନା ସିଲସିଲ୍ଲାର ବୁଣାକାର ନାଲା ବିଜୟ ।

ଶାଢୀକୁ ଧୋଇବା ପରେ ବି ସୁଗନ୍ଧ ଛାଡିବ ନାହିଁ । ନୂତନ ଚିନ୍ତାଧାରା ସହ ବଜାରକୁ ଆଣିଛନ୍ତି ଏହି ଶାଢୀ । ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବର୍ଷେରୁ ଅଧିକ ଦିନ ପର୍ଯ୍ୟନ୍ତ ଏ ଶାଢୀର ମହକ ଏଭଳି ରହିବ । କାହିଁକିନା ଶାଢୀ ବୁଣା ପୂର୍ବରୁ ସୂତା ଗୁଡିକ ପ୍ରାୟ 27ଟି ଜଡିବୁଟିରେ ବୁଡାଯାଇ ରଖାଯାଇଥିଲା ।












Click it and Unblock the Notifications