ହଷ୍ଟେଲ ଖାଇବାରୁ ବାହାରିଲା ମୂଷା, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: କଲେଜ୍ କ୍ୟାଣ୍ଟିନର ଖାଇବାରୁ ବାହାରିଲା ମୂଷା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାଣ୍ଟିନରେ ଏପରି ଅବ୍ୟବସ୍ଥାକୁ ବିରୋଧ ମଧ୍ୟ କରିଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦସ୍ଥିତ ଜୱାହରଲାଲ ନେହରୁ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ।

ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟରୁ ଚଟଣୀରେ ଏକ ଜୀବନ୍ତ ମୂଷା ପହଁରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି । ଚଟଣୀ ଭିତରେ ଏକ ମୂଷା ପଡ଼ିଯାଇଥିବାବେଳେ ତାହା ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ବାହାରି ନ ପାରି ଚଟଣୀରେ ପହଁରୁଥିଲା ।

ଯାହା ଜଣାପଡ଼ିଛି, ଚଟଣୀରେ ମୂଷା ଠାବ ହେବା ପୂର୍ବରୁ କିଛି ପିଲା ତାକୁ ଖାଇସାରିଥିଲେ । ଚଟଣୀ ରଖାଯାଇଥିବା ପାତ୍ରଟିକୁ ଖୋଲା ଛାଡ଼ି ଦିଆଯାଇଥିବା ଯୋଗୁ ମୂଷାଟି ସେଥିରେ ପଡ଼ିଯାଇଥିବା ଅନୁମାନ କରାଯାଉଛି । ତେବେ ଏହା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଚରମ ଅବହେଳା ବୋଲି ଅନେକ ସୋଶାଲ ମିଡିଆ ୟୁଜର ମତ ଦେଇଛନ୍ତି ।

Rat found swimming in chutney

ସେମାନେ ପିଲାଙ୍କ ପାଇଁ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କଲା ବେଳେ ଓ ସେଗୁଡ଼ିକୁ ରଖିବା ବେଳେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ । ଏଥିରେ ଦାୟିତ୍ୱ ହୀନତା ପିଲାଙ୍କ ଜୀବନ ସହିତ ଖେଳିବା ସହିତ ସମାନ ବୋଲି ଆଉ କେହି କେହି ପ୍ରତିକ୍ରିୟା ଦେଇଛନ୍ତି । ହଷ୍ଟେଲ ଗୁଡ଼ିକରେ ପରିଷ୍କାର ପରଚ୍ଛନ୍ନତା ଗୁରୁତ୍ୱ ଦିଆଯିବା ଉଚିତ ବୋଲି ନେଟିଜେନ୍ସ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+