ଲଗାଣ ବର୍ଷା ଯୋଗୁଁ ହାଇଦ୍ରାବାଦରେ ଭୁଶୁଡି ପଡିଲା କୋଠା, ୭ ଜଣଙ୍କ ମୃତ୍ୟୁ
Hyderabad Building Collapse: ହାଇଦ୍ରାବାଦରେ ପ୍ରବଳ ବର୍ଷା । ଫଳରେ ବାଚୁପଲ୍ଲୀ ଅଞ୍ଚଳରେ ଏକ ନିର୍ମାଣଧିନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ପୋଲିସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି, ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକମାନେ ଓଡ଼ିଶା ଏବଂ ଛତିଶଗଡରୁ ଆସିଥିବା ପ୍ରବାସୀ ଶ୍ରମିକ। ବୁଧବାର ଦିନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସମସ୍ତ ମୃତ ଦେହ ଉଦ୍ଧାର କରାଯାଇଛି ।
ମଙ୍ଗଳବାର ହାଇଦ୍ରାବାଦ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର ଅନେକ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ୍ ଜାମ ଦେଖିବା ପାଇଁ ମିଳିଥିଲା । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀଙ୍କ ଅନୁଯାୟୀ ବିପର୍ଯ୍ୟୟ ପ୍ରଶମନ ଫୋର୍ସ (DRF) ଟିମ୍ ଜଳ ନିଷ୍କାସନ ତଥା ରାସ୍ତାରୁ ଖସିପଡିଥିବା ଗଛଗୁଡିକୁ ହଟାଇବା ପାଇଁ ନିୟୋଜିତ ହୋଇଛନ୍ତି।

କେବଳ ହାଇଦ୍ରାବାଦ ଏବଂ ତେଲେଙ୍ଗାନା ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯେଉଁଥିପାଇଁ ଏହି ସମସ୍ତ ଅଞ୍ଚଳରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି। ସେହିପରି କେବଳ ଜରୁରୀକାଳୀନ ସମୟରେ ଲୋକଙ୍କୁ ଘରୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ବିଭିନ୍ନ ସ୍ଥାନରେ DRF ଟିମ୍ ନିୟୋଜିତ ଅଛନ୍ତି ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଝଡ଼ ଓ ବର୍ଷା ଯୋଗୁଁ ଜଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଇଲେକ୍ଟ୍ରିକ୍ ପୋଲ ମଧ୍ୟ ଭାଙ୍ଗି ପଡିଛି । ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀଙ୍କ ବିଭିନ୍ନ ଟିମ୍ ସହରର ଅନେକ ଅଞ୍ଚଳରେ ନିୟୋଜିତ ଅଛନ୍ତି ।












Click it and Unblock the Notifications