ଅନଲାଇନ ଗେମ ଖେଳି ଆକାଉଣ୍ଟରୁ ଗାଏବ ହେଲା 36 ଲକ୍ଷ
। ହାଇଦ୍ରାବାଦର ଅମ୍ବରପେଟରୁ ଆସିଛି ଏଭଳି ଏକ ଘଟଣା । ଜଣେ ନାବାଳକଙ୍କ ପାଇଁ ମୋବାଇଲରେ ଫ୍ରି ଫାୟାର ଖେଳିବା ମହଙ୍ଗା ପଡ଼ିଛି । ଅନଲାଇନ ଗେମ ମାଧ୍ୟମରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଆକାଉଣ୍ଟରୁ 36 ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।
ହାଇଦ୍ରାବାଦ: ଛୋଟ ପିଲା ଠୁ ଯୁବପିଢି ଏବେ ଅନଲାଇନ ଗେମ ନିଶା ପାଗଳ କରିଛି ସଭିଙ୍କୁ । ମୋବାଇଲ ଗେମ ପ୍ରତି ଆକୃଷ୍ଟ ହୋଇ ହରାଉଛନ୍ତି ଲକ୍ଷାଧିକ ଟଙ୍କା । ଏଭଳି ଖବର ଆପଣ ଆଗରୁ ମଧ୍ୟ ବାରମ୍ବାର ଶୁଣିଥିବେ । ହେଲେ ଏବେ ବି ସୁଧୁରୁ ନାହାଁନ୍ତି ପିଲା । ହାଇଦ୍ରାବାଦର ଅମ୍ବରପେଟରୁ ଆସିଛି ଏଭଳି ଏକ ଘଟଣା । ଜଣେ ନାବାଳକଙ୍କ ପାଇଁ ମୋବାଇଲରେ ଫ୍ରି ଫାୟାର ଖେଳିବା ମହଙ୍ଗା ପଡ଼ିଛି । ଅନଲାଇନ ଗେମ ମାଧ୍ୟମରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଆକାଉଣ୍ଟରୁ 36 ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।

ସୂଚନା ଅନୁଯାୟୀ ନାବାଳକ ଜଣକ ତାଙ୍କ ଜେଜେବାପାଙ୍କ ଫୋନରେ ଫ୍ରି ଫାୟାର ଗେମ ଇନଷ୍ଟଲ କରିଥିଲେ । ଏହି ଗେମ ପାଇଁ ଟଙ୍କା ଦେବାକୁ ପଡୁଥିବାବେଳେ ନାବାଳକ ଜଣକ ଜେଜେଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋବାଇଲରେ ଇନଷ୍ଟଲ ହୋଇଥିବା ଗେମ ସହ ସଂଯୋଗ କରି ଖେଳିବା ଆରମ୍ଭ କରିଥିଲେ । ପ୍ରଥମେ ସେ 1500 ଟଙ୍କା ଦେଇ ଖେଳିଥିଲେ । ପୁନର୍ବାର 10 ହଜାର ଟଙ୍କାରେ 60 ଥର ଖେଳିଲେ । ଏହାପରେ ଫ୍ରି ଫାୟାର ଗେମିଙ୍ଗ କର୍ମଚାରୀମାନେ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ବହୁ ଟଙ୍କା ଲୁଟି ନେଇଥିଲେ । ସେମାନେ ଥରଥର କରି 2 ଲକ୍ଷ ଟଙ୍କା, 1.95 ଲକ୍ଷ, 1.60 ଲକ୍ଷ, 1.45 ଲକ୍ଷ, 1.25 ଲକ୍ଷ ଏବଂ 50,000ଟଙ୍କା ନେଇ ଆକାଉଣ୍ଟରୁ ମୋଟ ୩୬ ଲକ୍ଷ ଟଙ୍କା ନେଇଯାଇଥିଲେ ।
ଦିନେ ଅବସରପ୍ରାପ୍ତ ଅଧିକାରୀ ଜଣକ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ସେ ଆକାଉଣ୍ଟ ସମ୍ପୂର୍ଣ୍ଣ ନିଲ ଥିବା ଜାଣିବାକୁ ପାଇଲେ । ଏହାପରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଜରିଆରେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଦେଖିଲେ । ଏହି ଘଟଣାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସାଇବର ପୋଲିସ ।












Click it and Unblock the Notifications