Get Updates
Get notified of breaking news, exclusive insights, and must-see stories!

ଅନ୍ଧବିଶ୍ୱାସର ବିକଳ ଚିତ୍ର, 'ଡାହାଣୀ' ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ,

ଅନ୍ଧବିଶ୍ୱାସର ବିକଳ ଚିତ୍ର ଦେଖିବାକୁ ମିଳିଛି ଛତିଶଗଡରେ । ସ୍ତ୍ରୀକୁ 'ଡାହାଣୀ' ସନ୍ଦେହ କରି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଜଶପୁର ଜିଲ୍ଲା ସାନା ଥାନା ଅନ୍ତର୍ଗତ ଗଟ୍ଟି ମହୁଆ ଗାଁରେ ଦେଖିବାକୁ ମିଳିଛି। ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀ, ତାଙ୍କର ଦ୍ୱିତୀୟ ପତ୍ନୀ ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଛି।

ମୃତ ମହିଳା ଜଣକ ହେଉଛନ୍ତି ୪୮ ବର୍ଷୀୟା ଗୋଇଦି ବାଇ। ଗତ ମାର୍ଚ୍ଚ ୫ ତାରିଖରେ ଘରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତେବେ ମାର୍ଚ୍ଚ ୬ ତାରିଖରେ ମୃତକଙ୍କ ଭାଇ ସାହଲୁ ରାମ ପୋଲିସକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ତଦନ୍ତ ବେଳେ ଗୋଇଦିଙ୍କ ଶରୀରରେ ଗଭୀର ଆଘାତ ଚିହ୍ନ ଏବଂ ଘର ଚାରିପଟେ ରକ୍ତର ଦାଗ ଦେଖିବାକୁ ପାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ, କୌଣସି ଶକ୍ତ ବସ୍ତୁରେ ପିଟି ପିଟି ତାଙ୍କୁ ହତ୍ୟା କରାଯାଇଛି।

ସନ୍ତାନ ହେଉନଥିବାରୁ 'ଡାହାଣୀ' ସନ୍ଦେହ

ପୋଲିସ ଜେରା ବେଳେ ଅଭିଯୁକ୍ତ ସ୍ୱାମୀ ଥୁପନ ରାମ ନିଜର ଅପରାଧ ସ୍ୱୀକାର କରିଛି। ତାଙ୍କ କହିବା ଅନୁଯାୟୀ, ଗୋଇଦିଙ୍କର କୌଣସି ସନ୍ତାନ ହେଉନଥିଲା ଏବଂ ତାଙ୍କ ବାପାଙ୍କୁ କ୍ୟାନ୍ସର ହୋଇଥିଲା। ଏଥିପାଇଁ ସେ ଗୋଇଦିଙ୍କୁ ଦାୟୀ କରିବା ସହ ସେ 'ଗୁଣି ଗାରେଡି' କରୁଥିବା ସନ୍ଦେହ କରୁଥିଲେ।

murder

ମଦ ପିଇବା ପରେ ରଚିଥିଲେ ହତ୍ୟାକାଣ୍ଡ

ପୋଲିସ ସୂଚନା ମୁତାବକ, ଘଟଣା ଦିନ ଗୋଇଦିଙ୍କ ସହ ତାଙ୍କ ସଉତୁଣୀ ଫୁଲ ବାଇଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ସ୍ୱାମୀ ଥୁପନ ରାମ କୌଶଳ କରି ଗୋଇଦିଙ୍କୁ ଏକ କୁଡ଼ିଆ ଘରକୁ ଡାକି ନେଇଥିଲେ। ସେଠାରେ ଅଭିଯୁକ୍ତ ସୁନୀଲ ରାମ ଏବଂ ତାଙ୍କ ପତ୍ନୀ ସୁରନ୍ତି ବାଇ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଶି ପାରମ୍ପରିକ ମଦ 'ହାଣ୍ଡିଆ' ପିଇବା ପରେ ଗୋଇଦିଙ୍କୁ କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଆଣି ଘରେ ଶୁଆଇ କମ୍ବଳ ଘୋଡ଼ାଇ ଦେଇଥିଲେ।

ତେବେ ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଥିବା ଜଣା ପଡିଛି । ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୦୩(୧) ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରି: ସ୍ୱାମୀ ଥୁପନ ରାମ ଦ୍ୱିତୀୟ ପତ୍ନୀ ଫୁଲ ବାଇ, ପଡ଼ୋଶୀ ସୁନୀଲ ରାମ ଓ ସୁନୀଲଙ୍କ ପତ୍ନୀ ସୁରନ୍ତି ବାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+