Get Updates
Get notified of breaking news, exclusive insights, and must-see stories!

ଛାଡପତ୍ର ପରେ ଏକାଠି ରହିବେ ସ୍ୱାମୀ-ସ୍ତ୍ରୀ

Lucknow News: ସାଧାରଣକଃ ବିବାହ ବିଚ୍ଛେଦ ପରେ ପରସ୍ପରର ମୁହଁ ଦେଖିବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ ଦମ୍ପତ୍ତି ହେଲେ ଉତ୍ତର ପ୍ରଦେଶର ଏକ କପଲ୍ ଛାଡପତ୍ର ପରେ ମଧ୍ୟ ଏକାଠି ଗୋଟିଏ ଘରେ ରହିବାର ନିଷ୍ପତ୍ତି ନେଇଛନ୍ତି । କାରଣ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ତେବେ କାରଣ ଜାଣିବା ପୂର୍ବରୁ ଚାଲନ୍ତୁ ଏହି ପତି-ପତ୍ନୀଙ୍କର ପୁରା କାହାଣୀ ବିଷୟରେ ଜାଣିବା ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ଦମ୍ପତ୍ତି ବିବାହର ୬ ବର୍ଷ ପରେ ପରସ୍ପରକୁ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଉଭୟ ଗୋଟିଏ ଘରେ ଏକାଠି ରହିବାର ନିଷ୍ପତ୍ତି ନେଇଛନ୍ତି ।

Lucknow News

ଛଅ ବର୍ଷ ପୂର୍ବେ ଏହି ଦମ୍ପତିଙ୍କର ପ୍ରେମ ବିବାହ ହୋଇଥିଲା, କିନ୍ତୁ ବିବାହ ପରେ ପ୍ରତିବନ୍ଧକକୁ ନେଇ ଦୁହେଁ ଡିଭୋର୍ସ ନେବାର ନିଷ୍ପତ୍ତି ନେଇଥିଲେ। କୋର୍ଟ ସେମାନଙ୍କ ଛାଡପତ୍ରକୁ ମଧ୍ୟ ଅନୁମୋଦନ କରିଛନ୍ତି, କିନ୍ତୁ ଯେତେବେଳେ ସେ କୋର୍ଟଙ୍କ ନିର୍ଦ୍ଦେଶ ନେବାକୁ ପହଞ୍ଚିଥିଲେ ସେତେବେଳେ ସେ କହିଥିଲେ ଯେ, ସେ ଡିଭୋର୍ସ ପରେ ମଧ୍ୟ ଗୋଟିଏ ଘରେ ରହିବେ।

ସ୍ୱାମୀ ପାରାମିଲିଟାରୀ ଫୋର୍ସରେ ପୋଷ୍ଟ ହୋଇଛନ୍ତି ଏବଂ ପତ୍ନୀ ଲକ୍ଷ୍ନୌର ଏକ ପ୍ରତିଷ୍ଠିତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ଉଭୟ ବାଲିଆର ବାସିନ୍ଦା । 2017 ମସିହାରେ ଉଭୟ ପ୍ରେମ ବିବାହ କରିବା ପରେ ଏକାଠି ଲକ୍ଷ୍ନୌ ରହୁଥିଲେ । ହେଲେ ବିବାହ ପରେ ସେମାନଙ୍କ ମଧ୍ୟରେ ଅନେକ କାରଣକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା । ବିବାହ ପରେ ପ୍ରତିବନ୍ଧକକୁ ପତ୍ନୀ ପସନ୍ଦ କରିନଥିଲେ ଏବଂ ସ୍ୱାଧୀନ ହେବାକୁ ଚାହୁଁଥିଲେ, ଏହା ପରେ ସେ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ, ସ୍ୱାମୀ ମଧ୍ୟ ପତ୍ନୀଙ୍କ ଚାପରେ ତାଙ୍କୁ ଛାଡପତ୍ର ଦେବାକୁ ରାଜି ହୋଇଥିଲେ ।

ଛାଡପତ୍ର ପରେ ଏକାଠି ରହିବେ ସ୍ୱାମୀ-ସ୍ତ୍ରୀ

ଗତ ବର୍ଷ ସେପ୍ଟେମ୍ବର 2022ରେ ଏହି ଦମ୍ପତି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ପ୍ରାୟ ଏକ ବର୍ଷ ପରେ, ଜୁଲାଇ 15 ରେ ଲକ୍ଷ୍ନୌର ପରିବାର କୋର୍ଟ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ ଦେଇଥିଲେ । ଯେତେବେଳେ କୋର୍ଟଙ୍କର ନିଷ୍ପତ୍ତିର ନକଲ ସଂଗ୍ରହ କରିବାକୁ ସ୍ୱାମୀ-ସ୍ତ୍ରୀ ପହଞ୍ଚିଲେ, ସେମାନେ କହିଥିଲେ ଯେ ଛାଡପତ୍ର ପରେ ସେମାନେ ବହୁତ ଖୁସି ଅଛନ୍ତି କିନ୍ତୁ ଉଭୟ ଅଲଗା ହେବ ନାହିଁ ଅର୍ଥାତ୍ ସେମାନେ ସମାଜକୁ ଦେଖାଇବା ପାଇଁ ଗୋଟିଏ ଘରେ ଏକାଠି ରହିବେ ହେଲେ ସ୍ୱାମୀ- ସ୍ତ୍ରୀ ଭାବରେ ନୁହେଁ ।

ପୋଡୋସୀ , ସମ୍ପର୍କୀୟ ଏବଂ ସମାଜର ସମାଲୋଚନାକୁ ଏଡ଼ାଇବା ପାଇଁ ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି । ଦୁହେଁ ଚାହାଁନ୍ତି ନାହିଁ ଯେ ସେମାନଙ୍କ ଛାଡପତ୍ର ବିଷୟରେ କେହି ଜାଣନ୍ତୁ। ସେଥିପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କୋର୍ଟଙ୍କୁ କହିଛନ୍ତି । ଏହି ମାମଲାକୁ ନେଇ ବରିଷ୍ଠ ଓକିଲ ଦିବ୍ୟା ମିଶ୍ର କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଏଭଳି ଘଟଣା କେବେ ଦେଖିନଥିଲେ । କାରଣ ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରର ହୁଏ ଉଭୟ ପରସ୍ପର ସହ ଏକାଠି ରହିବା ପାଇଁ ପସନ୍ଦ କରନ୍ତି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+