Get Updates
Get notified of breaking news, exclusive insights, and must-see stories!

ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ହେଲେ ଦେଶର ସବୁଠୁ ଧନୀ

ମୁମ୍ବାଇ : ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶ ଅମ୍ବାନୀ ଦୀର୍ଘଦିନ ଧରି ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବର୍ତ୍ତମାନ ଏହି ମୁକୁଟ ଗୌତମ ଆଦାନୀଙ୍କ ନିକଟକୁ ଯାଇଛି। ପ୍ରକାଶ ପାଇଛି ଭାରତର ୩୩୪ ବିଲିୟନେୟାରଙ୍କ ତାଲିକା ।

ଯେଉଁଥିରେ ପୁଣିଥରେ ବାଜି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ ରହିଛନ୍ତି । ଏହା ପରେ ମୁକେଶ ଅମ୍ବାନୀ ଏବଂ ଶିବ ନାଦର ଅଛନ୍ତି । ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ଭାରତୀୟ ବିଲିୟନେୟାର ହୁରୁନ୍ ରିଚ୍ ତାଲିକା ୨୦୨୪ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୧୩ ବର୍ଷ ପୂର୍ବେ ପ୍ରକାଶିତ ତାଲିକାରୁ ଏହା ୬ ଗୁଣ ଅଧିକ । ହୁରୁନ୍ ରିଚ୍ ତାଲିକା ୨୦୨୪ରେ ଏକ ବଡ ଡେଇଁବା ଦେଖିବାକୁ ମିଳିଛି । ଏହି ସମସ୍ତ ବ୍ୟକ୍ତିଙ୍କର ସମ୍ପତ୍ତି ୧୦୦୦ କୋଟିରୁ ଅଧିକ ଅଟେ।

Gautam Adani

ଏହି ତାଲିକାରେ ଗୌତମଙ୍କ ନାମ ଶୀର୍ଷରେ ଥିବାବେଳେ ମୁକେଶ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୧ ଜୁଲାଇ ୨୦୨୪ର ତଥ୍ୟ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହା ସହିତ ଗତ ବର୍ଷ ପ୍ରତି ପାଞ୍ଚ ଦିନରେ ଭାରତରେ ଜଣେ ନୂଆ ବିଲେନେୟାର ସୃଷ୍ଟି ହୋଇଛନ୍ତି। ହୁରୁନ ଇଣ୍ଡିଆ ରିଚ୍‌ ୨୦୨୪ ତାଲିକା ଅନୁଯାୟୀ, ଗୌତମଙ୍କ ସମ୍ପତ୍ତି ୧,୬୧,୮୦୦ କୋଟିରେ ପହଞ୍ଚିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ମୁକେଶ ଅମ୍ବାନୀଙ୍କ ନାମ ରହିଛି, ଯାହାଙ୍କ ସମ୍ପତ୍ତି ୧,୧୪,୭୦୦ କୋଟି ଟଙ୍କା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+