ଆମେରିକାର ପଶ୍ଚିମ ଉପକୂଳରେ ସ୍ଥଳ ଭାଗ ଛୁଇଁ ତାଣ୍ଡବ ରଚିଲେ ସାମୁଦ୍ରିକ ଝଡ଼ ମିଲଟନ, ୪ ମୃତ

ଆମେରିକାର ପଶ୍ଚିମ ଉପକୂଳରେ ସ୍ଥଳ ଭାଗ ଛୁଇଁ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ମିଲଟନ। ଏଥିଯୋଗୁ ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ମିଲଟନ ତାଣ୍ଡବ ଯୋଗୁ ୪ ଜଣଙ୍କ ଜୀବନ ଯାଇଛି।

Milton made landfal

ଟାମ୍ପା ବେ ମେଟ୍ରୋପଲିଟାଣ୍ଟ ଅଞ୍ଚଳରେ ଯଦିଓ ବନ୍ୟା ହୋଇ ନାହିଁ। ତଥାପି ସେଠାରେ ୩୦ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ ରହିଛନ୍ତି। କ୍ୟାଟାଗୋରୀ-୩ ସ୍ତରର ବାତ୍ୟା ସେଣ୍ଟ ଲୁସ କାଉଣ୍ଟୀରେ ୪ ଜଣଙ୍କ ଜୀବନ ନେଇଛି। ସେହିପରି ଅନେକ ଘରକୁ ଭାଙ୍ଗି ଦେଇଛି ମିଲଟନ।

ବୁଧବାର ରାତିରେ ବାତ୍ୟା ମିଲଟନ ଫ୍ଲୋରିଡାକୁ ହିଟ କରିଥିଲା। ଏଥିଯୋଗୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୨୦୫ କିମି ବେଗରେ ପବନ ବହିଥିଲା। ପୂର୍ବରୁ ଫ୍ଲୋରିଡାରେ ମିଲଟନ କ୍ୟାଟାଗୋରୀ ୫ ସ୍ତରର ରୂପ ନେଇ ହିଟ କରିବ ବୋଲି କୁହାଯାଉଥିଲା। କିନ୍ତୁ ସ୍ଥିତି ସେତେ ଭୟଙ୍କର ହୋଇନାହିଁ। ମିଲଟନ ଗଲ୍ଫ ଅଫ ମେକ୍ସିକୋ ଦେଇ ଚାଲି ଯାଇଛି।

ସିଏନଏନ ରିପୋର୍ଟ ଅନୁସାରେ, ବାତ୍ୟା ମିଲଟନ ସେଣ୍ଟ ଲୁସ କାଉଣ୍ଟରୀରେ ଥିବା ଗୋଟିଲ ଅବସରକାଳୀନ କମ୍ୟୁନିଟୀ ଘରକୁ ଛିନଛତ୍ର କରି ଦେଇଥିଲା। ଏଥିଯୋଗୁ ସେଠାରେ ଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳ ସୁଦ୍ଧା ବାତ୍ୟା ଫ୍ଲୋରିଡା ଆଣ୍ଟଲାଟିକ ଉପକୂଳରୁ ଦୂରକୁ ଚାଲି ଯାଇଛି। ଏହାଦ୍ୱାରା ଉପକୂଳର ପୂର୍ବ ପାଦଦେଶରେ ରହୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+