ଆସନ୍ତାକାଲିଠୁ ହାଉସଫୁଲ୍ ହେବ ସିନେମା ହଲ୍
ଆସନ୍ତାକାଲି (ଫେବୃଆରୀ 1) ରୁ ହାଉସଫୁଲ୍ ହେବ ସିନେମା ହଲ୍ । ହଲରେ ବସି ପାରିବେ ଶଥ ପ୍ରତିଶତ ଦର୍ଶକ । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି ହୋଇଛି ।
ନୂଆଦିଲ୍ଲୀ: ଆସନ୍ତାକାଲି (ଫେବୃଆରୀ 1) ରୁ ହାଉସଫୁଲ୍ ହେବ ସିନେମା ହଲ୍ । ହଲରେ ବସି ପାରିବେ ଶଥ ପ୍ରତିଶତ ଦର୍ଶକ । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି ହୋଇଛି । ଶନିବାର ପ୍ରକାଶିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସିନେମା ହଲ କିମ୍ବା ମଲ୍ଟିପ୍ଲେକ୍ସରେ 100% ବସିବା କ୍ଷମତାକୁ ଅନୁମତି ପ୍ରଦାନ କରାଗଲା ।
ଚଳିତ ମାସ ଆରମ୍ଭରେ ଜାରି କରାଯାଇଥିବା ଶେଷ ନିର୍ଦ୍ଦେଶାବଳୀରେ ସରକାର ସିନେମା ହଲଗୁଡିକରେ 50% ଦର୍ଶକ ବସିବାକୁ ଅନୁମତି ଦେଇଥିଲେ । ଏଥିସହିତ ସାମାଜିକ ଦୂରତା, ଏବଂ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିଥିଲା ।

ଗତ ମାର୍ଚ୍ଚ ମଧ୍ୟଭାଗରେ ପ୍ରାୟ 10,000 ପ୍ରେକ୍ଷାଳୟ ବନ୍ଦ ହୋଇଯାଇଥିଲା ଯେତେବେଳେ ସରକାର କରୋନାଭାଇରସ୍ ସହିତ ଲଢେଇ ପାଇଁ ଦେଶରେ ଲକଡାଉନ ଆରମ୍ଭ କରିଥିଲେ । କିନ୍ତୁ ଅକ୍ଟୋବରରେ ପ୍ରଥମେ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଦର୍ଶକ ସଂଖ୍ୟା 50 ପ୍ରତିଶତରେ ସୀମିତ ରଖାଯାଇଥିଲା ।
ହଲ୍ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ୍ କରିବା ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି। ହଲ୍ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। ସେହିପରି ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସମସ୍ତ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications