ଓଡ଼ିଶାକୁ ନେଇ ଶାହା କରିଲେ ଭବିଷ୍ୟବାଣୀ , କହିଲେ ବିଜେପି ଏତିକ ଆସନ ହାସଲ କରିବ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ଚାଲିଥିବାବେଳେ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ଟି ଆସନରେ ଭୋଟ ଗ୍ରହଣ ହୋଇଛି । ଶାହା ଦାବି କରିଛନ୍ତି ଯେ, ଏପର୍ଯ୍ୟନ୍ତ ହୋଇଥିବା ଭୋଟରେ ଭାଜପା ୧୯୦ ଲୋକ ସଭା ଆସନ ଜିତିବ ।

ଏହା ସହ ଓଡ଼ିଶା ସଂପର୍କରେ ଏକ ଗୁରତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହା । ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ୧୭ଟି ଲୋକସଭା ଆସନ ଜିତିବ ଓ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ । ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଓଡ଼ିଶାରେ ଆମେ ସରକାର ଗଢ଼ିବାକୁ ଯାଉଛୁ । ଓଡ଼ିଶାରେ ଆମେ ୧୭ଟି ଲୋକସଭା ଆସନ ଜିତିବୁ ।

amit shah

ଏହା ସହିତ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ । ଖରାପ ଶାସନ ଯୋଗୁଁ ଓଡ଼ିଶାବାସୀ ହଇରାଣ ହେଉଛନ୍ତି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାନର କାର୍ଯ୍ୟକ୍ରମକୁ ଲୋକଙ୍କୁ ଯିବାକୁ ବାରଣ କରାଯାଉଛି । ତେଣୁ ଏଥର ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି । ଏଠାରେ ଆମର ପ୍ରଦର୍ଶନ ବହୁତ ଭଲ ରହିବ । ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+