କେଦାରନାଥରେ ହିମସ୍ଖଳନ, ମନ୍ଦିର ସୁରକ୍ଷିତ

କେଦାରନାଥରେ ହିମସ୍ଖଳନ । ଆଜି ସକାଳେ ଏହି ଭୟଙ୍କର ହିମସ୍ଖଳନ ହୋଇଥିବା ସୂଚନା ମିଳିଛି ।

ଡେରାଡୁନ: କେଦାରନାଥରେ ହିମସ୍ଖଳନ । ଆଜି ସକାଳେ ଏହି ଭୟଙ୍କର ହିମସ୍ଖଳନ ହୋଇଥିବା ସୂଚନା ମିଳିଛି । ଏହି ଅଘଟଣରେ କେଦାରନାଥ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କହିବା ଅନୁସାରେ, ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି , କୌଣସି ସମସ୍ୟା ନାହିଁ ।
ଆଜିର ଘଟଣା ନେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସଭାପତି ଅଜେନ୍ଦ୍ର ଅଜୟ କହିଛନ୍ତି, ''ଆଜି ସକାଳେ କେଦାରନାଥ ମନ୍ଦିର ପଛ ପଟୁ ହିମାଳୟ ପର୍ବତରୁ ବିଶାଳକାୟ ବରଫଖଣ୍ଡ ଖସିଥିଲା । କିନ୍ତୁ ଏହାର ଟିକେ ବି ପ୍ରଭାବ ମନ୍ଦିର ଉପରେ ପଡିନାହିଁ, ମନ୍ଦିରର କୌଣସି କ୍ଷତି ହୋଇନାହିଁ ।''

kedarnath
କିନ୍ତୁ ହଠାତ ହିମସ୍ଖଳନ ଦେଖି ମନ୍ଦିରରେ ଉପସ୍ଥିତ ତୀର୍ଥଯାତ୍ରୀ ଭୟଭୀତ ହୋଇଯାଇଥିଲେ । କିଛି ସମୟ ପାଇଁ ପରିସ୍ଥିତି ବଦଳି ଯାଇଥିଲା । ତେବେ ଏହା ହିମସ୍ଖଳନର ଦ୍ବିତୀୟ ଘଟଣା । ଏହାପୂର୍ବରୁ ସେପ୍ଟେମ୍ବର 22 ତାରିଖ ସନ୍ଧ୍ୟା ସମୟରେ କେଦାରନାଥ ଧାମ ପାଖରେ ଥିବା ଚୋରାବାରି ଗ୍ଲାସିୟରରୁ ଏକ ବଡ ବରଫଖଣ୍ଡ ଧସିଥିଲା । ବର୍ତ୍ତମାନ ଭଳି ସେତେବେଳେ ମଧ୍ୟ କୌଣସି ବିଶେଷ କ୍ଷୟକ୍ଷତି ଘଟିନଥିଲା । ତେବେ ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଆଜି ଲାଗି ରହିଛି । ଗୁରୁବାର ହଠାତ୍ ଭୂସ୍ଖଳନ ଯୋଗୁଁ ରୁଦ୍ରପ୍ରୟାଗ ନିକଟସ୍ଥ ଜାତୀୟ ରାଜପଥରରେ ଯାତାୟତ ପ୍ରଭାବିତ ହୋଇଥିଲା । ଅନେକ ସମୟ ପର୍ଯ୍ୟନ୍ତ ଯାତ୍ରୀ ଏବଂ ପର୍ଯ୍ୟଟକ ଅଟକି ରହିଥିଲେ । ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ।


ବର୍ତ୍ତମାନ ବଦ୍ରିନାଥ ଏବଂ କେଦାରନାଥ ଧାନରେ ଚାଲିଛି ପୁନଃନିର୍ମାଣ କାର୍ଯ୍ୟ । ଏହାକୁ ଦେଖିବା ପାଇଁ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟଗୁଡିକର ଭର୍ଚୁଆଲରେ ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ପିଏମ ମୋଦି । ଏପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସଚିବାଳୟରୁ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+