ସୁପ୍ରିମକୋର୍ଟ ଟାଣିଥିଲେ ଲକ୍ଷ୍ମଣରେଖା, ନିଷ୍ପତ୍ତିକୁ ସ୍ୱାଗତ କଲେ ଯୋଗୀ ସରକାର

ନୂଆଦିଲ୍ଲୀ : ବୁଲଡୋଜର ଆକ୍ସନ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବୁଲଡୋଜର ଆକ୍ସନକୁ ନିଷିଦ୍ଧ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ କୌଣସି ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ । ସୁପ୍ରିମକୋର୍ଟ କହିଛନ୍ତି ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଘର କୌଣସି ଆଧାରରେ ଭଙ୍ଗାଯିବନି । ଜଷ୍ଟିସ୍ ଗବାଇ କବି ପ୍ରଦୀପଙ୍କ ଏକ କବିତାକୁ ଉଦ୍ଧୃତ କରି କହିଛନ୍ତି ଯେ ଘର ହେଉଛି ସ୍ୱପ୍ନ । ଯାହା କେବେ କେହି ଭାଙ୍ଗିପାରିବେ ନାହିଁ ।

ବିଚାରପତି ଆହୁରି କହିଛନ୍ତି ଯେ ଅପରାଧୀର ଦଣ୍ଡ ଘର ଭାଙ୍ଗିବା ନୁହେଁ । ଶୁଣାଣି ସମୟରେ ବିଚାରପତି କହିଛନ୍ତି, "ଆମେ ସମସ୍ତ ପକ୍ଷ ଶୁଣିଥିଲୁ। ଗଣତାନ୍ତ୍ରିକ ନୀତିକୁ ବିଚାର କରିଛୁ। ନ୍ୟାୟର ନୀତିକୁ ବିଚାର କରିଛୁ। ଏହା ସରକାରଙ୍କ ଦାୟିତ୍ୱ ଅଟେ । ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଇଥିଲେ। ଏନେଇ ଯୋଗୀ ସରକାର ପ୍ରତିକ୍ରିୟା ରଖି କହିଛନ୍ତି, ଆଇନର ଶାସନର ପ୍ରଥମ ସର୍ତ୍ତ ହେଉଛି ଉତ୍ତମ ଶାସନ। ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ।

Yogi adityanath

ଯୋଗୀ ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅପରାଧୀଙ୍କ ମନରେ ଆଇନର ଭୟ ସୃଷ୍ଟି କରିବ। ଏହି ନିଷ୍ପତ୍ତି ଯୋଗୁ ମାଫିଆ କିମ୍ବା ବୃତ୍ତିଗତ ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ସହଜ କରିବ। ଏହି ନିଷ୍ପତ୍ତି ପରେ ଆଇନର ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+