ମମତାଙ୍କ ଅଜବ ମନ୍ତବ୍ୟ, କହିଲେ ଝିଅମାନେ ରାତିରେ.....

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଏମବିବିଏସ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇ ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଘରୋଇ କଲେଜଗୁଡ଼ିକ ମୁଣ୍ଡରେ ଲଦିଛନ୍ତି। ୨୩ ବର୍ଷୀୟ ଛାତ୍ରୀ ବିଳମ୍ବିତ ରାତିରେ କ୍ୟାମ୍ପସ୍ କିପରି ଛାଡ଼ିଥିଲେ ସେ ନେଇ ମମତା ପ୍ରଶ୍ନ କରିଛନ୍ତି। ମମତାଙ୍କ ଏହି ମନ୍ତବ୍ୟକୁନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କୁ ପୀଡିତାଙ୍କୁ ଲଜ୍ଜିତ କରୁଥିବାର ଅଭିଯୋଗ ଭିଜେପି ପକ୍ଷରୁ କରାଯାଇଛି।

mamata banerjee

ତେବେ ଘଟଣା ପରେ ପ୍ରଥମ ମିଡିଆ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସେ ଘରୋଇ ମେଡିକାଲ୍ କଲେଜରେ ପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ରାତି ସାଢ଼େ ୧୨ଟାରେ କିପରି ବାହାରକୁ ଆସିଲେ?" ସେ କହିଛନ୍ତି ଯେ, ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ଏବଂ ସେମାନେ ନିଜେ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ। "ଏହା ଜଙ୍ଗଲିଆ ଅଞ୍ଚଳ।

ଘରୋଇ କଲେଜଗୁଡ଼ିକ ଛାତ୍ରୀଙ୍କ ଦାୟିତ୍ୱ ଠିକ୍ ଭାବେ ନେବା ଦରକାର ଏବଂ ରାତିର ସଂସ୍କୃତି ଉପରେ ନଜର ରଖିବା ଉଚିତ୍," ବୋଲି ସେ କହିଛନ୍ତି। ଏହା ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ଘଟୁଥିବା ଏହିପରି ଘଟଣାକୁ ନିନ୍ଦନୀୟ ବୋଲି କହି ମଣିପୁର, ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାରେ ଘଟିଥିବା ଘଟଣାର ଉଲ୍ଲେଖ କରିଛନ୍ତି। "ଓଡ଼ିଶାରେ ସମୁଦ୍ର କୂଳରେ ଝିଅମାନଙ୍କୁ ବଳାତ୍କାର ହୋଇଥିଲା। ସେଠାର ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି?" ବୋଲି ପ୍ରଶ୍ନ କରିଛନ୍ତି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+