ଲୋକସଭା ନିର୍ବାଚନ 2024: କିପରି ଦେବେ ଭୋଟ, ଆପଣ ଜାଣିଛନ୍ତି କି ନିୟମ...
Documents Required to Vote: ଲୋକସଭା ନିର୍ବାଚନ 2024 ପାଖେଇ ଆସୁଛି। ଅନେକ ନୂଆ ଭୋଟର ଏଥର ପ୍ରଥମ ଥର ମତଦାନ କରିବେ । ତେବେ ନୂଆ କରି ଭୋଟ ଦେଉଥିବା ଯୁବବର୍ଗ ପାଇଁ ଆମେ ନେଇ ଆସିଛୁ ଭୋଟ୍ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯଦି ଆପଣ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି, ତେବେ ଆପଣଙ୍କୁ କେଉଁ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି ? ଚାଲନ୍ତୁ ଜାଣିବା ।
ଲୋକସଭା ନିର୍ବାଚନରେ କିଏ ଦେଇ ପାରିବେ ଭୋଟ୍
ଭାରତକୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ବୋଲି କୁହାଯାଏ । ବର୍ତ୍ତମାନ ଦେଳରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ସର୍ବଭାରତୀୟ ବୟସ୍କ ମତଅଧିକାର ଆଧାରରେ ନିର୍ମିତ, ଅର୍ଥାତ୍ ମତଦାନ ପାଇଁ ଦେଶର ନାଗରିକଙ୍କ ବୟସ 18 ବର୍ଷ ନିର୍ଦ୍ଧାରିତ ହୋଇଛି । 18 ବର୍ଷ ବୟସରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ମତଦାନ କରିପାରିବେ । ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ଭୋଟ୍ ଦେବାର ଅଧିକାର ରହିଛି । ମାନସିକ ରୋଗୀ ଅସାମାଜିକ ଘୋଷିତ ଏବଂ କେତେକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଭୋଟ୍ ଦେବାକୁ ଅଯୋଗ୍ୟ ।

- ଭୋଟ୍ ଦେବାକୁ ହେଲେ ବ୍ୟକ୍ତି ଭାରତୀୟ ନାଗରିକ ହେବା ଜରୁରୀ ।
- 18 ବର୍ଷ କିମ୍ବା ତଦୁର୍ଦ୍ଧ ବୟସର ହୋଇଥିବା ବ୍ୟକ୍ତି ମତଦାନ କରିପାରିବେ ।
- ଯେଉଁଠାରେ ସେ ଭୋଟ୍ ଦେବାକୁ ଚାହୁଁଛନ୍ତି ସେ ସେହି ନିର୍ବାଚନ ମଣ୍ତଳିର ହେବା ଆବଶ୍ୟକ ।
- ବ୍ୟକ୍ତିଙ୍କର ନାମ ମତଦାନ ସୂଚିରେ ରହିବା ଆବଶ୍ୟକ ।
- ବ୍ୟକ୍ତି ନିର୍ବାଚନମଣ୍ଡଳୀରେ ଜଣେ ଭୋଟର ଭାବରେ ପଞ୍ଜୀକୃତ ହେବା ଆବଶ୍ୟକ ।
- ଭୋଟର କୌଣସି ନିର୍ବାଚନ ଆଇନ ଅନୁଯାୟୀ ଯୋଗ୍ୟ ପାତ୍ର ହେବା ଉଚିତ୍ ।
ଭୋଟର ID କାର୍ଡ ବ୍ୟତୀତ, ଆପଣ ଭୋଟ ଦେବା ପାଇଁ ହେଲେ ଆପଣ ସାଥିରେ ଆଧାର କାର୍ଡ, ଚାକିରି ଆଇ କାର୍ଡ, ବ୍ୟାଙ୍କ ପାସବୁକ୍, ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ପାସପୋର୍ଟ ଇତ୍ୟାଦି ଦେଖାଇ ମଧ୍ୟ ମତଦାନ ଦେଇପାରିବେ। ଏହି ଅବଧି ମଧ୍ୟରେ ଏକ ସରକାରୀ ଫଟୋ ID କାର୍ଡ ରହିବା ଆବଶ୍ୟକ।












Click it and Unblock the Notifications