ଓଡ଼ିଶାରୁ ମହାକୁମ୍ଭ ଯିବେ କେମିତି ? ଟ୍ରେନ୍,ବସ ନା ଫ୍ଲାଇଟ୍ । କେମିତି କମ୍ ଖର୍ଚ୍ଚରେ ବୁଲିବେ କୁମ୍ଭମେଳା
Mahakumbh mela 2025: ଚାଲିଛି ମହାକୁମ୍ଭ । ପୁରା ଦେଶରୁ ଏହି ପବିତ୍ର ସ୍ଥାନକୁ ଯାତ୍ରା କରିବା ଲାଗି କୋଟି କୋଟି ଭକ୍ତଙ୍କ ସୁଅ ଛୁଟିଲାଣି । ଏଥିରୁ ଓଡ଼ିଶା ବାଦ୍ ପଡ଼ିବ ବା କେମିତି । ଆଉ ଅନେକ ଓଡ଼ିଆ ଏଥର କୁମ୍ଭମେଳା ବୁଲିବାକୁ ଯାଇସାରିଲେଣି କିନ୍ତୁ ଅନେକ ଯାଇ ବି ନାହାନ୍ତି । ତେବେ ଆମେ ଆଜି ଆପଣଙ୍କୁ ରାସ୍ତା ବତାଇବୁ, କେମିତି ସହଜରେ କୁମ୍ଭମେଳା ବୁଲିବା ସହିତ କମ୍ ସମୟରେ ଘରେ ପହଞ୍ଚିବେ ଆପଣ ।
ପ୍ରୟାଗରାଜର ମହାକୁମ୍ଭ ମେଳା । ହିନ୍ଦୁ ଧର୍ମର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ସ୍ଥଳ ହେଉଛି ମହାକୁମ୍ଭ । ଏଥର ମେଳାକୁ ନେଇ ଏଇଥିଲାଗି ଚର୍ଚ୍ଚା ହେଉଛି କାରଣ ୧୦ କି ୨୦ କି ୫୦ ନୁହେଁ ବରଂ ଦୀର୍ଘ ୧୪୪ ବର୍ଷ ପରେ ପଡିଛି ଏଭଳି ଅଲୌକିକ ମେଳା । ଚଳିତ ବର୍ଷ ଏହା ପ୍ରୟାଗରାଜରେ ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଧାର୍ମିକ ବିଶ୍ୱାସ ଅନୁସାରେ, କୁମ୍ଭମେଳାରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମରେ ସ୍ନାନ କଲେ ମୋକ୍ଷପ୍ରାପ୍ତି ମିଳେ ଏବଂ ସମସ୍ତ ପାପ ଖଣ୍ଡନ ହୋଇଯାଏ ।

କୁମ୍ଭମେଳାରେ ପ୍ରାୟ ୪୦ କୋଟି ପର୍ଯ୍ୟଟକ ଯୋଗ ଦେବାର ଆକଳନ କରିଛନ୍ତି ଯୁପି ସରକାର । ଏପଟେ, ମେଳା ପାଇଁ ଦେଶ ଓ ବିଶ୍ୱର କୋଣ ଅନୁକୋଣରୁ କୋଟିକୋଟି ଶ୍ରଦ୍ଧାଳୁ ଧାଇଁ ଆସୁଛନ୍ତି । ସେହିଭଳି ଓଡିଶାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁଙ୍କ ମନରେ ଥାଏ ସେଠାକୁ ଯାଇ ବୁଡ ପକାଇବା ପାଇଁ କିନ୍ତୁ ଯାତାୟତ ସୁବିଧା ନ ପାଇ ଅନେକ ଶ୍ରଦ୍ଧାଳୁ ଯାଇପାରନ୍ତି ନାହିଁ । ଆସନ୍ତୁ ଜାଣିବା ଓଡିଶାରୁ ପ୍ରୟାଗରାଜ କମ୍ ଖର୍ଚ୍ଚରେ କେଉଁଥିରେ ଓ କେମିତି ସହଜରେ ଯାଇପାରିବା, ଆଉ ମେଳାରେ ମହାସ୍ନାନ କରି ପାପଖଣ୍ଡନ କରିପରିବା ।
ଓଡ଼ିଶାରୁ ମହାକୁମ୍ଭ ବସ୍ କିମ୍ବା ଟ୍ରେନରେ କେମିତି ଯିବେ ?
ପ୍ରଥମତଃ ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ର ଶୁଭାରମ୍ଭ କରାଯାଇଛି । ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ୁଛି ମୋଟ ୮ ବସ୍ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବସ୍ ଚଳାଚଳ ହୋଇସାରିଛି । ଏହି ବସରେ ୪୨ ଜଣ ଯାତ୍ରୀ ବସି ଆରାମଦାୟକ ଯାତ୍ରା ବି କରିପାରିବେ । ଗୁରୁତ୍ବପୂର୍ଣ୍ଣ କଥା ହେଲା ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ମଧ୍ୟ ରହିଛି ସରକାରୀ ବସ୍ରେ । ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରିବ ଓଏସ୍ଆରଟିସି । ତେବେ ଓଡିଶାରୁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁ ସୁରୁଖୁରୁରେ ଏହି ବସ୍ ଗୁଡିକରେ ସେଠାକୁ ଯାଇପାରିବେ ।
ଖାଲି ବସ୍ ନୁହେଁ ମହାକୁମ୍ଭ ପାଇଁ ରେଳ ବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଓଡ଼ିଶାରୁ ୭ ଟି ସ୍ବତନ୍ତ୍ର ଟ୍ରେନ ଚାଲିବ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରୟାଗରାଜର ମହାକୁମ୍ଭ ମେଳା ପାଇଁ କୁମ୍ଭ ୱାର ରୁମର ଉଦଘାଟନ କରିଛନ୍ତି । ଇଏ ତ ଗଲା ବସ୍ ଓ ଟ୍ରେନ୍ର କଥା । ଠିକ୍ ସେମିତି ଓଡ଼ିଶାରୁ ୟୁପି ଭାୟା ଦିଲ୍ଲୀ ଯାଇ ଯାତ୍ରା କରିପାରିବେ ବିମାନଯାତ୍ରୀ । ଏହାସହ ଭୁବନେଶ୍ବରରୁ ବିହାର, କଲିକତା ଦେଇ ବିମାନରେ ଯାତ୍ରା କରିପାରିବେ ଯାତ୍ରୀ । ଅବଶ୍ୟ ଏନେଇ କୌଣସି ରିହାତି ମିଳିବା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇନାହିଁ କିନ୍ତୁ କମ୍ ଟଙ୍କାରେ ଆପଣ ପ୍ଲେନ୍ରେ ବି କରିପାରିବେ ଯାତ୍ରୀ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications