ସାଇବର ଠକଙ୍କଠୁ ବର୍ତ୍ତିବେ କେମିତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ୩ ମନ୍ତ୍ର, ଜାଣନ୍ତୁ କଣ କଣ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୧୧୫ତମ ସଂସ୍କରଣ। ପୂର୍ବାହ୍ନ ୧୧ଟାରେ ରେଡିଓ ମାଧ୍ୟମରେ ନିଜର କଥା କହିଛନ୍ତି ମୋଦୀ। ତେବେ ଚଳିତଥର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଆରେଷ୍ଟ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବା ସହ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରିଛନ୍ତି। ସାଇବର ଫ୍ରଡକୁ ନେଇ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଚେତନ କରିଛନ୍ତି। ସଚେତନତା ପାଇଁ ୩ ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଫ୍ରଡ୍ କଲ ଆସିଲେ ଧୈର୍ଯ୍ୟ ଧରିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ। କୌଣସି ଏଜେନ୍ସ ଫୋନ କରି ପଚରାଉଚରା କରେନି। ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ। ୨୮ ତାରିଖରେ ବିଶ୍ଵ ଆନିମେସନ୍ ଦିବସ ପାଳନ ହୋଇଥାଏ। ଆନିମେସନ୍ ଏବଂ ଗେମିଂରେ ଭାରତ ବିପ୍ଲବ ପଥରେ ଅଛି। ଭାରତର ଗେମିଂ ସ୍ପେଶ୍ ମଧ୍ୟ ବିସ୍ତାର ହେଉଛି ଏବଂ ଭାରତୀୟ ଖେଳ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ହେଉଛି । ମୁଁ ଅଗ୍ରଣୀ ଖେଳାଳୀଙ୍କୁ ଭେଟିଥିଲି , ସେମାନଙ୍କଠାରୁ ଭାରତୀୟ ଗେମିଂର ସୃଜନଶୀଳତା ଜାଣିବା ଏବଂ ବୁଝିବାର ସୁଯୋଗ ପାଇଥିଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Narendra Modi

କେମିତି ରହିବେ ସୁରକ୍ଷିତ?

- କୌଣସି କଲ୍ ଆସିଲେ ଭୟ ନକରି ଶାନ୍ତ ରୁହନ୍ତୁ
- ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ
- କାହାରିକୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ
- ସ୍କ୍ରିନସଟ୍ ନିଅନ୍ତୁ ନଚେତ୍ କଲ ରେକର୍ଡ କରନ୍ତୁ
- ସରକାରୀ ଅଧିକାରୀ ଫୋନ୍ କଲ କିମ୍ବା ଭିଡିଓ କଲରେ ପଚରାଉଚରା କରନ୍ତୁ ନାହିଁ
- ଆପଣଙ୍କଠାରୁ ଫୋନ୍ କରି ଟଙ୍କା ମାଗନ୍ତି ନାହିଁ
- ଆପଣଙ୍କୁ ଫୋନ୍ ମାଧ୍ୟମରେ ଧମକାନ୍ତି ନାହିଁ
- ରାଷ୍ଟ୍ରୀୟ ସାଇବର ହେଲ୍‌ପ ଲାଇନ୍‌ର ସାହଯ୍ୟ ନିଅନ୍ତୁ
- ତୁରନ୍ତ ୧୯୩୦ ନମ୍ବରକୁ କଲ୍ କରନ୍ତୁ
- ସାଇବର କ୍ରାଇମ ଡଟ୍ ଗଭ୍ ଡଟ୍ ଇନ୍‌ରେ ରିପୋର୍ଟ କରନ୍ତୁ
- ପରିବାର ପୋଲିସକୁ ଅବଗତ କରାନ୍ତୁ
- ସବୁ ପ୍ରମାଣ ସୁରକ୍ଷିତ ରଖନ୍ତୁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+