ଚାକର ପାଖରେ ତିନିଶହ କୋଟିର ସମ୍ପତ୍ତି, ନିଜ ପାଖରେ ପାହୁଲାଟେ ନାହିଁ, ଖାଲି ହାତରେ ଦେଶ ଛାଡ଼ିଲେ
ବାଂଲାଦେଶରେ ରାଜନୈତିକ ସଙ୍କଟ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ପଦ ଛାଡିବା ସହ ଦେଶ ଛାଡି ପଳାୟନ କରିଛନ୍ତି ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଥିବା ଶେଖ୍ ହସିନା । ଆନ୍ଦୋଳନକାରୀମାନେ ତାଙ୍କର ବାସଭବନ ସହ ସରକାରୀ କାର୍ଯ୍ୟାଳୟ ଏବଂ ରାଜନୈତିକ ଦଳ କାର୍ଯ୍ୟାଳୟରେ ପ୍ରବଳ ଭଙ୍ଗା ରୁଜା କରିଛନ୍ତି । ଏହାପରେ ଦେଶର ଶାସନ ଭାର ବାଂଲାଦେଶ ସେନା ହାତରେ । ଶେଖ୍ ହସିନା ବାଂଲାଦେଶ ବାୟୁସେନାର ବିମାନରେ ଦେଶ ଛାଡିବା ପରେ ଭାରତରେ ଶରଣ ନେଇଛନ୍ତି ।
ବାଂଲାଦେଶରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନ ପରେ ଶେଖ ହସିନାଙ୍କ ବିଷୟରେ ସାରା ବିଶ୍ୱରେ ଅନେକ ଆଲୋଚନା ଆରମ୍ଭ ହୋଇଛି । ଦୁନିଆର ଦୀର୍ଘ ସମୟ ଧରି ଏକ ଦେଶର ସରକାରର ମୁଖ୍ୟ ହେବାର ରେକର୍ଡ ଶେଖ ହସିନାଙ୍କ ନାମରେ ରହିଛି । କାରଣ, ସେ ୨୦୦୯ ରୁ ବାଂଲାଦେଶରେ କ୍ଷମତା ଗାଦିରେ ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଚାକର ପାଖରେ ତିନିଶହ କୋଟିର ସମ୍ପତ୍ତି ଥିବା ବେଳେ , ଶେଖ ହସିନାଙ୍କ ପାଖରେ ପାହୁଲାଟେ ନ୍ôଥବା ଚର୍ଚ୍ଚା ଏବେ ବେଶ ହେଉଛି । ସୁଚନାନୁସାରେ ଶେଖ ହସିନାଙ୍କ ପୂରା ସମ୍ପତ୍ତି ତାଙ୍କ ଚାରକଙ୍କ ସମ୍ପତ୍ତି ତୁଳନାରେ ବହୁତ କମ୍ ଅଟେ ।
ବାସ୍ତବରେ, ନିକଟରେ ଏକ ଖବର ଆସିଥିଲା ଯେ ଶେଖ ହସିନାଙ୍କ ଘରେ କାମ କରୁଥିବା ସେବକ ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ଏହି ଘଟଣାର ତଦନ୍ତ ପାଇଁ ଶେଖ ହସିନା ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଘରେ କାମ କରୁଥିବା ଜାହାଙ୍ଗୀର ଆଲାମ ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହାସଲ କରି ଆମେରିକାରେ ରହୁଥିବା ଜଣାଯାଇଛି । ପ୍ରଶ୍ନ ହେଉଛି ଯେତେବେଳେ ଶେଖ ହସିନାଙ୍କ ସେବକଙ୍କ ପାଖରେ ଏତେ ଟଙ୍କା ଅଛି , ତେବେ ଶେଖ ହସିନାଙ୍କ ପୂରା ସମ୍ପତ୍ତି କେତେ ହୋଇଥିବ?

୨୦୨୪ ଆରମ୍ଭରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ଶେଖ ହସିନା ନିର୍ବାଚନ ଆୟୋଗଙ୍କୁ ତାଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ । ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଆଫିଡେଭିଟ୍ ଅନୁଯାୟୀ ଶେଖ ହସିନାଙ୍କ ମୋଟ ସମ୍ପତ୍ତି ହେଉଛି ୪.୩୬ କୋଟି ବାଂଲାଦେଶୀ ଟକା ଯାହାର ଭାରତୀୟ ମୂଲ୍ୟ ହେଉଛି ୩.୧୪ କୋଟି ଟଙ୍କା । ଶେଖ ହସିନା କହିଛନ୍ତି ଯେ ତାଙ୍କ ଆୟର ଏକ ପ୍ରମୁଖ ଅଂଶ ଚାଷରୁ ଆସିଥାଏ ।
ଶେଖ ହସିନାଙ୍କ ନାମରେ ୬ ଏକର ଚାଷ ଜମି ରହିଛି । ମତ୍ସ୍ୟ ଚାଷ ହେଉଛି ତାଙ୍କର ରାଜଗାରର ଉତ୍ସ । ଶେଖ ହସିନାଙ୍କ ପାଖରେ ଗିପ୍ଟରେ ମିଳିଥିବା ଏକ କାର ରହିଛି । ପ୍ରଧାନମନ୍ତ୍ରୀ ଭାବରେ ଶେଖ ହସିନାଙ୍କୁ ବାର୍ଷିକ ଦରମା ୯,୯୨,୯୨୨.୦୦ ଟଙ୍କା ମିଳୁଥିଲା












Click it and Unblock the Notifications