ପିଏମ-ବିଦ୍ୟା ଲକ୍ଷ୍ମୀ ଯୋଜନା: ଏହିହି ଯୋଜନାରୁ କିପରି ଉପକୃତ ହେବେ ଛାତ୍ରଛାତ୍ରୀ, ଚାଲନ୍ତୁ ଜାଣିବା..
ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ପିଏମ-ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତର ଯୁବକଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବା। ଏହି ଯୋଜନା ଅଧୀନରେ ସାରା ଦେଶରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।
ଏହି ସ୍କିମ ସଂପୂର୍ଣ୍ଣ ଗ୍ୟାରେଣ୍ଟର୍ ମାଗଣା ଶିକ୍ଷା ଋଣକୁ ସକ୍ଷମ କରିବ। ଏହି ଯୋଜନାରୁ ଛାତ୍ରମାନେ କିପରି ଉପକୃତ ହେବେ ଆସନ୍ତୁ ଜାଣିବା...
ରାଷ୍ଟ୍ରୀୟ ଶିକ୍ଷା ନୀତି, ୨୦୨୦ରୁ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଯୋଗ୍ୟ ଛାତ୍ରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ପିଏମ ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ବୁଧବାର ଅନୁମୋଦନ କରାଯାଇଛି। ଏହା ହେଉଛି ଏକ ନୂତନ କେନ୍ଦ୍ରୀୟ ଯୋଜନା ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ମେଧାବୀ ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା, ଯାହାଦ୍ୱାରା ଆର୍ଥିକ ପ୍ରତିବନ୍ଧକ ଯୋଗୁ କୌଣସି ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ ।

୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀକୁ ମଞ୍ଜୁର ଦେବା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ ଏବଂ ଆମ ଯୁବଶକ୍ତି ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହେବେ । ପିଏମ୍ ବିଦ୍ୟାଲକ୍ଷ୍ମୀ ଅଧୀନରେ ବିନା ବନ୍ଧକରେ ଏବଂ ଗ୍ୟାରେଣ୍ଟର ମାଗଣା ଶିକ୍ଷା ଋଣ ; ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ସୁବିଧାକୁ ଅଧିକରୁ ଅଧିକ ଉପଲବ୍ଧ କରାଇବ । ଆର୍ଥିକ ଅଭାବ ଅନଟନ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ । ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଛାତ୍ରଛାତ୍ରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଉପରେ ୩% ସୁଧ ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ଭାରତ ସରକାର ୭୫% କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ, ଯାହା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ନେଟଓ୍ୱାର୍କ ବିସ୍ତାର କରିବାରେ ସାହାଯ୍ୟ କରିବ ।
ସ୍ୱଚ୍ଛ, ପାରଦର୍ଶୀ, ବିଦ୍ୟାର୍ଥୀ ସହଯୋଗୀ ଏବଂ ଡିଜିଟାଲ ଆପ୍ଲିକେସନ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ବ୍ୟାଙ୍କ୍ ଦ୍ୱାରା ଶିକ୍ଷା ଋଣ ପ୍ରଦାନ କରାଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱାର୍କ(ଏନଆଇଆରଏଫ) ଆଧାରରେ ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଅଧୀନରେ ଶିକ୍ଷା ଋଣ ପ୍ରଦାନ କରାଯିବ, ଯେଉଁଥିରେ ପ୍ରତିବର୍ଷ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ସାମିଲ ହେବେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିସ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଇବା ଦିଗରେ ଆଉ ଏକ ଠୋସ୍ ପଦକ୍ଷେପ ।












Click it and Unblock the Notifications