Mahakumbh 2025: କେତେ ପୁରୁଣା କୁମ୍ଭମେଳା ? କଣ ରହିଛି ଇତିହାସ?

ମହାକୁମ୍ଭ ବହୁତ ପୁରୁଣା । ବିଭିନ୍ନ ଗ୍ରନ୍ଥ ନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଏହି ଭବ୍ୟ ମେଳା ଆରମ୍ଭ ହୋଇଥିଲା । ତେବେ କିଛି ଲୋକଙ୍କ ମତରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା।

ହିନ୍ଦୁ ଧର୍ମଗ୍ରନ୍ଥରେ କୁମ୍ଭ ମେଳାକୁ ଅମରତ୍ୱର ମେଳା କୁହାଯାଏ । ଆଉ ସେଥିପାଇଁ କୋଟି କୋଟି ଶ୍ରଦ୍ଧାଳୁ ନିଜ ଅନ୍ତରାତ୍ମାର ଶୁଦ୍ଧି ପାଇଁ ଏହି ପବିତ୍ର ସ୍ଥାନରେ ବୁଡ଼ ପକାଇଥାଆନ୍ତି ।

ସାଧାରଣତଃ କୁମ୍ଭମେଳା ୪ ପ୍ରକାରର ହୋଇଥାଏ- କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। ସବୁ କୁମ୍ଭ ମେଳା ଗ୍ରହମାନଙ୍କର ସ୍ଥିତିକୁ ଦେଖି ଆୟୋଜିତ ହୋଇଥାଏ। ପ୍ରତ୍ୟେକ କୁମ୍ଭମେଳାର ନିଜସ୍ୱ ବିଶେଷତ୍ୱ ରହିଛି।

Maha Kumbh Mela

ମହାକୁମ୍ଭ କେବେଠାରୁ: ମହାକୁମ୍ ଇତିହାସ ବହୁ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା। ମହାକୁମ୍ଭର ଐତିହାସିକ ଉଲ୍ଲେଖ ପ୍ରାଚୀନ ଲେଖାରେ ମଧ୍ୟ ଦେଖିବାକୁ ମିଳେ ।

ଖ୍ରୀଷ୍ଟପୂର୍ବ ୬୦୦ ରେ ବୌଦ୍ଧ ଲେଖାରେ ନଦୀ ତଟରେ ଆୟୋଜିତ ହେଉଥିବା ମେଳାର ଉପସ୍ଥିତି ସମ୍ପର୍କରେ ବ୍ୟାଖା କରାଯାଇଥିବାର ପ୍ରମାଣ ରହିଛି । ତଥାପି ଜ୍ୟୋତିଷ ଗଣନା ଆଧାରରେ କୁମ୍ଭମେଳା ସ୍ଥାନ ନିରୂପଣ କରାଯାଏ । ଜ୍ୟୋତିଷ ଏବଂ ସାଧୁସନ୍ଥମାନଙ୍କ ମୁଖ୍ୟ ଏକାଠି ହୋଇ ସ୍ଥାନ ନିରୂପଣ କରିଥାନ୍ତି। ସ୍ଥାନ ନିରୂପଣ କରିବା ପାଇଁ ଜ୍ୟୋତିଷମାନେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ସ୍ଥିତିକୁ ନିରୀକ୍ଷଣ କରିଥାନ୍ତି ।

କିପରି ଆରମ୍ଭ ହୋଇଥିଲା ମହାକୁମ୍ଭ ?

ସମୁଦ୍ର ମନ୍ଥନ ସମୟରେ ଅମୃତକୁ ନେଇ ହୋଇଥିବା ବିବାଦ ଯୋଗୁଁ ମହାକୁମ୍ଭ ଆୟୋଜନ ହୋଇଥିବା କୁହାଯାଏ । ପୌରାଣିକ କଥା ଅନୁସାରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏ ଯୁଦ୍ଧରେ ଦେବତାମାନେ ଅସୁରଙ୍କ ଠାରୁ ଶୋଚନୀୟ ଭାବରେ ପରାଜିତ ହୋଇଥିଲେ । ପରାଜୟ ପରେ ଅସୁରଙ୍କ ଦୌରାତ୍ମ୍ୟ ସହ୍ୟ କରିନପାରି ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣ ପଶିଥିଲେ । ଆଉ ବିଷ୍ଣୁଙ୍କ ପରାମର୍ଶ କ୍ରମେ ସମୁଦ୍ର ମନ୍ଥନ କରାଯାଇଥିଲା ।

ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କୁମ୍ଭ ଅର୍ଥାତ୍ କଳସ ସହିତ ପ୍ରକଟ ହୋଇଥିଲେ । ଆଉ ସେହି ଅମୃତ କଳସ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ପୁଣି କଳି ହୋଇଥିଲା ।ଭଗବାନ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଅମୃତ କଳସ ଧରି ଚାଲିଯାଉଥିଲେ ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ । ହେଲେ ଏସମ୍ପର୍କରେ ଜାଣିବା ପରେ ଅସୁର ଜୟନ୍ତଙ୍କୁ ଅନୁସରଣ କରିଥିଲେ । ଅମୃତ କଳସ ପାଇବା ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ବାର ଦିନ ଧରି ଏକ ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଶନି, ଚନ୍ଦ୍ର, ସୂର୍ଯ୍ୟ ଆଦି ଦେବତାମାନେ ଅମୃତ କଳସକୁ ରକ୍ଷା କରିଥିଲେ । ତେଣୁ ଏହି ଗ୍ରହମାନଙ୍କ ସ୍ଥିତି ସହ ବର୍ତ୍ତମାନ ରାଶିର ସଂଯୋଗକୁ ଦେଖି କୁମ୍ଭମେଳାର ଆୟୋଜନ କରାଯାଏ । ଦେବତାମାନଙ୍କର ଗୋଟିଏ ଦିନ ମଣିଷର ବାର ବର୍ଷ ସହିତ ସମାନ ବୋଲି ବିଶ୍ୱାସ କରାଯାଏ । ତେବେ ଯୁଦ୍ଧ ସମୟରେ କଳସରୁ କିଛି ଅମୃତ ବୁନ୍ଦା ପଡ଼ିଯାଇଥିଲା । ଯେଉଁ ସ୍ଥାନରେ ଅମୃତ ବୁନ୍ଦା ପଡ଼ିଥିଲା ସେହିଠାରେ କୁମ୍ଭମେଳା ଆୟୋଜିତ ହୁଏ । ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକ ଆଦି ସ୍ଥାନରେ ଅମୃତର ବୁନ୍ଦା ପଡ଼ିଥିବା ବିଶ୍ୱାସ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+