ଜାଣନ୍ତୁ ନ୍ୟାସନାଲ ଫିଲ୍ମ ଆୱାର୍ଡ ବିଜେତା ଋଷଭ ଶେଟ୍ଟୀଙ୍କୁ କେତେ ମିଳିବ ପୁରଷ୍କାର ରାଶି
70th National Film Awards: 70 ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା କରାଯାଇଛି । ଏଥିରେ ସାଉଥ୍ ମାଲାୟାଲମ୍ ଚଳଚ୍ଚିତ୍ର 'ଆଟମ୍' ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ପାଇଥିବାବେଳେ ଋଷଭ ଶେଟ୍ଟୀ 'କନ୍ତାରା' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଭଳି ପରିସ୍ଥିତିରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି ବିଜେତାମାନଙ୍କୁ ପୁରସ୍କାର କ'ଣ ପ୍ରଦାନ କରାଯିବ ? ଚାଲନ୍ତୁ ଜାଣିବା 70 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାମାନେ କେତେ ପୁରସ୍କାର ରାଶି ପାଇବେ?
ତେବେ କିଛି ବର୍ଗରେ ଜାତୀୟ ପୁରସ୍କାର ଜିତୁଥିବା ବିଜେତାମାନଙ୍କୁ ପଦକ ସହିତ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଏ । ତେବେ ଆସନ୍ତୁ ଦେଖିବା ସର୍ବୋତ୍ତମ ଚଳଚ୍ଚିତ୍ର, ଅଭିନେତା ଏବଂ ଅନ୍ୟାନ୍ୟ ବର୍ଗରେ କିଏ କେତେ ଟଙ୍କା ପାଇଥାଏ ।

ଶ୍ରେଷ୍ଠ ନିର୍ଦ୍ଦେଶକ: 2,50,000 ଟଙ୍କା
ସର୍ବୋତ୍ତମ ଫିଚର ଫିଲ୍ମ: 2,50,000 ଟଙ୍କା
ସର୍ବୋତ୍ତମ ମନୋରଞ୍ଜନ ଚଳଚ୍ଚିତ୍ର: 2,00,000 ଟଙ୍କା
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: 1,50,000 ଟଙ୍କା
ସର୍ବୋତ୍ତମ ଆନିମେଟେଡ୍ ଚଳଚ୍ଚିତ୍ର: 1,00,000 ଟଙ୍କା
ଜାଣନ୍ତୁ କାହାକୁ ମିଳିଛି ବେଷ୍ଟ ଆକ୍ଟର ଏବଂ କେଉଁ ଫିଲ୍ମ ମାରିଲା ବାଜି
ବେଷ୍ଟ ଫିଚର୍ ଫିଲ୍ମ: Aattam (ମାଲାୟାଲମ୍)
ଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ନିର୍ଦ୍ଦେଶକ: ପ୍ରମୋଦ କୁମାର (ଫୈଜା, ହରିୟାଣୀ ଚଳଚ୍ଚିତ୍ର)
ସର୍ବୋତ୍ତମ ଲୋକପ୍ରିୟ ଚଳଚ୍ଚିତ୍ର- କନ୍ତାରା
ସର୍ବୋତ୍ତମ ଫିଚର୍ ଫିଲ୍ମ: କୁଛ୍ ଏକ୍ସପ୍ରେସ୍
ସର୍ବୋତ୍ତମ ଚଳଚ୍ଚିତ୍ର (AVGC- ଆନିମେସନ୍, ଭିଜୁଆଲ୍ ଇଫେକ୍ଟ ଗେମିଂ ଏବଂ ବ୍ୟଙ୍ଗ): ବ୍ରହ୍ମାସ୍ତ୍ର
ଶ୍ରେଷ୍ଠ ଅଭିନେତା: ଋଷଭ ଶେଟ୍ଟୀ (କନ୍ତାରା)
ଶ୍ରେଷ୍ଠ ଅଭିନେତ୍ରୀ: ନିତ୍ୟା ମେନେନ୍ (ତିରୁଚିତ୍ରାମ୍ବଲମ୍)












Click it and Unblock the Notifications