ଆପଣ ଜାଣନ୍ତି କି ? ବିବାହର କେତେ ଦିନ ପରେ ନେଇ ପାରିବେ ଛାଡ଼ପତ୍ର ?
Divorce Time Period: ବିବାହ ପରେ ଅନେକ ଥର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଦେଖା ଦେଇଥାଏ । ଯେଉଁଥି ପାଇଁ ଝଗଡା ପ୍ରତିଦିନ ବଢିବାରେ ଲାଗେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ସମନ୍ୱୟ ରହେ ନାହିଁ । ଆଉ ଏହି ଝଗଡା ଏତେ ବଢିଯାଏ ଯେ, କଥା ଯାଇ ଛାଡପତ୍ରରେ ପହଞ୍ଚେ ।
ଆଇନ ମାଧ୍ୟମରେ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଛାଡପତ୍ର ନେଇଥାନ୍ତି । କିନ୍ତୁ ପ୍ରଶ୍ନ ହେଉଛି ବିହାର କେତେ ଦିନ ନେଇ ପାରିବେ ଛାଡ଼ପତ୍ର ? ଯଦି ବିବାହର ୧ ମାସ ପରେ କେହି ଛାଡପତ୍ର ନେବାକୁ ଚାହାଁନ୍ତି ତେବେ କଣ ହେବ ? ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କୁ ଛାଡପତ୍ର ପାଇବା ପାଇଁ ଅତି କମରେ ଏକ ବର୍ଷ ଅପେକ୍ଷା କରିବାକୁ ପଡିବ କିମ୍ବା ଅନ୍ୟ କିଛି ବ୍ୟବସ୍ଥା ଅଛି ।

ମାତ୍ର ଯଦି ସ୍ୱାମୀ-ସ୍ତ୍ରୀଙ୍କର ବିବାହ ପରେ ମନ ମିଳୁ ନାହିଁ, ତେବେ ସେମାନେ ବିବାହର ଏକ ସପ୍ତାହ ପରେ ଛାଡପତ୍ର ପାଇଁ ଆବେଦନ କରିପାରିବେ ଏବଂ ଅଲଗା ରହିପାରିବେ । ତେବେ ଛାଡପତ୍ର ଦେବା ପୂର୍ବରୁ କୋର୍ଟ ଉଭୟ ପକ୍ଷଙ୍କୁ ୬ ମାସ ସମୟ ଦିଅନ୍ତି, ଯାହା ଫଳରେ ଯଦି ସେମାନେ ସାଙ୍ଗରେ ରହିବାକୁ ଚାହାଁନ୍ତି, ତେବେ ସେମାନେ ଏକା ସହ ରହିପାରିବେ ।
ଅଲଗା ହେବା ପାଇଁ କିପରି ଆବେଦନ କରିବେ
ଉଭୟ ଛାଡପତ୍ର ଓ ନ୍ୟାୟିକ ବିଚ୍ଛେଦ ହିନ୍ଦୁ ବିବାହ ଅଧିନିୟମ 1955 ଅଧୀନରେ ଆସିଥାଏ । କିନ୍ତୁ ବିଭିନ୍ନ ବିଭାଗରେ ଉଭୟ ବିଷୟରେ ବ୍ୟବସ୍ଥା କରାଯାଇଛି । ଛାଡପତ୍ର ବିଷୟରେ ଧାରା 13 ରେ ଉଲ୍ଲେଖ କରାଯାଇ ଥିବାବେଳେ ଧାରା 10 ରେ ନ୍ୟାୟିକ ବିଚ୍ଛେଦ ସମ୍ବନ୍ଧୀୟ ନିୟମ ଦିଆଯାଇଛି । ବିବାହିତ ଦମ୍ପତି ଯେଉଁମାନେ ବିବାହର ଏକ ବର୍ଷ ମଧ୍ୟରେ ଅଲଗା ହେବାକୁ ଚାହାଁନ୍ତି । ସେ ନିଶ୍ଚିତ ଭାବରେ ଆଇନର ଦ୍ବାରସ୍ଥ ହୋଇ ପାରିବେ । ସେ ଅଲଗା ହେବା ପାଇଁ କୋର୍ଟକୁ ଯାଇପାରନ୍ତି । ଯାହା ପରେ କୋର୍ଟ ଉଭୟ ପକ୍ଷଙ୍କୁ ପୃଥକ ଭାବରେ ରହିବାକୁ ଅନୁମତି ଦେଇଥାନ୍ତି । ଯାହା ଦ୍ବାରା ଉଭୟ ନିଜ ବିବାହ ବିଷୟରେ ଶେଷ ଥର ପାଇଁ ଚିନ୍ତା କରିପାରିବେ ଓ ଏକ ଉତ୍ତମ ନିଷ୍ପତ୍ତି ନେଇପାରିବେ ।












Click it and Unblock the Notifications