କେତେ ମହଙ୍ଗା ହେଲା ଉଜ୍ଜ୍ୱଳା ଯୋଜନା ଅଧିନରେ ମିଳୁଥିବା ସିଲିଣ୍ଡର

Ujjwala Scheme: ପୁଣି ସାଧାରଣ ଲୋକଙ୍କୁ ମହଙ୍ଗା ମାଡ । ଆଜି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି । କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ମୂଲ୍ୟ ଆସନ୍ତାକାଲି ଅର୍ଥାତ୍ ୮ ଏପ୍ରିଲରୁ ଲାଗୁ ହେବ।

ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଏବଂ ସବସିଡି ବର୍ଗର ଗ୍ରାହକମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ପୂର୍ବରୁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୨ ଟଙ୍କା ବୃଦ୍ଧି କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏପରି ପରିସ୍ଥିତିରେ, ଉଜ୍ଜ୍ୱଳା ଯୋଜନାରେ ଉପଲବ୍ଧ ସିଲିଣ୍ଡର ଏବେ ୫୦ ଟଙ୍କା ଅଧିକ ମୂଲ୍ୟରେ ଉପଲବ୍ଧ ହେବ।

Lpg Gas Cylinder Price Hike

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ କହିଛନ୍ତି ଯେ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇବ। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ନୂତନ ମୂଲ୍ୟ ୫୦୦ ଟଙ୍କାରୁ ୫୫୦ ଟଙ୍କାକୁ ବୃଦ୍ଧି ପାଇବ। ଅନ୍ୟ ଗ୍ରାହକଙ୍କ ପାଇଁ ନୂତନ ମୂଲ୍ୟ ୮୦୩ ଟଙ୍କାରୁ ୮୫୩ ଟଙ୍କାକୁ ବୃଦ୍ଧି ପାଇବ। ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଭାରତରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାମାନଙ୍କୁ ସଫା ରୋଷେଇ ଇନ୍ଧନ ଯୋଗାଇ ଦିଅନ୍ତି।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପକେଟ ଉପରେ ଏହାର ସିଧାସଳଖ ପ୍ରଭାବ ପକାଇବ । ଦର ବଢିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରତି ଖୁବ୍ ଶୀଘ୍ର ଏନେଇ ସମୀକ୍ଷା କରାଯିବ । ଅନ୍ୟପକ୍ଷରେ ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି ନେଇ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+