Get Updates
Get notified of breaking news, exclusive insights, and must-see stories!

ଏବେ ବି ଫେରାର ଅଛି ଅମୃତପାଲ ସିଂ, ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ

୪ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅମୃତପାଲ ସିଂହ ଗିରଫ କରିବାରେ ବିଫଳ ପୋଲିସ । ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଫ୍ଲାଗମାର୍ଗ । ଅମୃତପାଲ ସିଂହକୁ ଛାଡି ଦେଲେ ତାର ସହଯୋଗୀଙ୍କୁ ଗୋଟି ଗୋଟି କରି ଗିରଫ କରୁଛି ପୋଲିସ ।

Amritpal Singh

ପଞ୍ଜାବ: ଖାଲିସ୍ତାନୀ ନେତା ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସର ସର୍ଚ୍ଚ ଅପରେସନ ସାରା ରାଜ୍ୟରେ ଚତୁର୍ଥ ଦିନରେୌୀ ମଧ୍ୟ ଜାରି ରହିଛି । ପଞ୍ଜାବ ପୋଲିସ ଅମୃତପାଲ ସିଂହକୁ ପଳାତକ ଅପରାଧୀ ଘୋଷିତ କରିଛି । ସେହିପରି 'ୱାରିସ୍ ପଞ୍ଜାବ ଦେ' ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପଞ୍ଜାବ ପୋଲିସ ସୂଚନା ଦେଇଛି ।

ହେଲେ ୪ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅମୃତପାଲ ସିଂହକୁ ଗିରଫ କରିବାରେ ବିଫଳ ପୋଲିସ । ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଫ୍ଲାଗମାର୍ଗ । ଅମୃତପାଲ ସିଂହକୁ ଛାଡି ଦେଲେ ତାର ସହଯୋଗୀଙ୍କୁ ଗୋଟି ଗୋଟି କରି ଗିରଫ କରୁଛି ପୋଲିସ । ଯାହାକୁ ନେଇ ମଧ୍ୟ ହାଇକୋର୍ଟ ପ୍ରଶ୍ନ କରିଛିନ୍ତି, ଅମୃତପାଲ ସିଂହଙ୍କୁ ଛାଡି ବାକି ଅନ୍ୟ ମାନେ କିପରି ଗିରଫ ହେଉଛନ୍ତି ।

ଏହାରି ମଧ୍ୟରେ ପଞ୍ଜାବ ପୋଲିସ ଉପରେ ବର୍ଷିଛନ୍ତି ହାଇକୋର୍ଟ । ହରିୟାଣା ହାଇକୋର୍ଟ ପଞ୍ଜାବ ସରକାର ଏବଂ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି । ଅପରେସନ୍ ଅମୃତପାଲର ବିଫଳତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ହାଇକୋର୍ଟ ପ୍ରଶ୍ନ କରିଛନ୍ତି, ୮୦ ହଜାର ପୋଲିସକର୍ମୀ ଥିବା ସତ୍ତ୍ୱେ ଅମୃତପାଲ କିଭଳି ଏପର୍ଯ୍ୟନ୍ତ ଫେରାର ଅଛି । ଏହା ପୋଲିସର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ପ୍ରମାଣ ବୋଲି କୋର୍ଟ କଡା ଭାଷାରେ କହିଛନ୍ତି ।

ଶୁଣାଣି ସମୟରେ ପଞ୍ଜାବ ପୋଲିସ କୋର୍ଟଙ୍କୁ ସୂଚନା ଦେଇ କହିଛି ଯେ, ଅମୃତପାଲ ସିଂହଙ୍କ ଉପରେ ମଧ୍ୟ ଏନଏସଏସ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧ ଅମୃତପାଲ ସିଂହର ୧୨୦ରୁ ଅଧିକ ସହଯୋଗୀଙ୍କୁ ଗିରଫ କରା ସରିଲାଣି । ପଞ୍ଜାବ ପୋଲିସକୁ ଷ୍ଟାଟସ୍ ରିପୋର୍ଚ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଥାଉ ଯେ, ୪ ଦିନ ହେବ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି ହେଲେ ଅମୃତପାଲ ସିଂହ ଏବେ ମଧ୍ୟ ଫେରାର ଅଛି । ସେ ଫେରାର ହୋଇଥିବା କାରକୁ ପୋଲିସ ଜବତ କରିଛି । ତେବେ ଅମୃତପାଲ ସିଂହର ପାକିସ୍ତାନର ଗୁପ୍ତଚର ସଂସ୍ଥା ସହ ଲିଙ୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+