ଡେଲ୍ଟା ଭ୍ୟାରିଏଣ୍ଟ ବିପକ୍ଷରେ କେତେ ପ୍ରଭାବ ପକାଉଛି କୋଭିଶିଲ୍ଡ ? ଜାଣନ୍ତୁ, କଣ କହୁଛି ଗବେଷଣା...
ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ କୋଭିଶିଲ୍ଡ ଟିକା ସେତେ ପ୍ରଭାବ ପକାଉନାହିଁ। ଏନେଇ ଏକ ଗବେଷଣାରୁ ଜଣାପଡ଼ିଛି।
ନୂଆଦିଲ୍ଲୀ: କୋଭିଶିଲଡ୍ ଟିକାକୁ ନେଇ ଆଇସିଏମ୍ଆର୍ କରିଥିବା ଏକ ଗବେଷଣା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ କୋଭିଶିଲ୍ଡ ଟିକା ସେତେ ପ୍ରଭାବ ପକାଉନାହିଁ। ଏନେଇ ଏକ ଗବେଷଣାରୁ ଜଣାପଡ଼ିଛି।

କୋଭିଶିଲ୍ଡ ଟିକାର ଡବଲ ଡୋଜ୍ ନେଇସାରିଥିବା ୧୬.୧ ପ୍ରତିଶତଙ୍କ ଠାରେ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ମିଳିନାହିଁ। ସିଙ୍ଗଲ ଡୋଜ୍ ନେଇଥିବା ୫୮.୧ ପ୍ରତିଶତଙ୍କ ମଧ୍ୟରେ ଆଣ୍ଟିବଡି ଡେଭଲପ ହୋଇନଥିବା ଜଣାପଡ଼ିଛି। ଭେଲୋର ସ୍ଥିତି ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ୍ର ମାଇକ୍ରୋ ବାୟୋଲୋଜି ଡିପାର୍ଟମେଣ୍ଟର ପୂର୍ବତନ ମୁଖ୍ୟ ଜେକବ ଜନ୍ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଆଣ୍ଟିବଡି ନଦେଖା ହେବା ଆଉ ଆଣ୍ଟିବଡି ନଥିବା ଦୁଇଟା ଅଲଗା କଥା। ହେଲେ ଆଣ୍ଟିବଡି ବହୁତ କମ୍ ପରିମାଣରେ ଥିବାରୁ ତାହା ଚିହ୍ନଟ ହୋଇପାରୁନାହିଁ। ଏହା ପରେ ବି ରୋଗୀର ଜୀବନ ବଞ୍ଚାଯାଇ ପାରିବ ବୋଲି ସେ କହିଛନ୍ତି।
ଗବେଷଣାରେ ଯେଉଁ ସେରମ ସାମ୍ପଲ ନିଆଯାଇଥିଲା ତାହା ସୁସ୍ଥ ଲୋକମାନଙ୍କ ଠାରେ ନିଆଯାଇଥିଲା। ଯେଉଁ ୩ ଜଣଙ୍କଠାରେ ଆଣ୍ଟିବଡି ମିଳିନଥିଲା ସେମାନେ ହୁଏତ ବୟସ୍କ ଲୋକ ହୋଇଥିବେ କିମ୍ବା ସେମାନଙ୍କ ଠାରେ ଅନ୍ୟ କୌଣସି ରୋଗଥିବ। ସେମାନଙ୍କର ଇମ୍ୟୁନୋ ସିଷ୍ଟମ କମ୍ ରହିଛି। ଯେଉଁମାନଙ୍କ ଠାରେ ମଧୁମେହ, ରକ୍ତଚାପ ଆଦି ଅନ୍ୟ ରୋଗରେ ପୀଡ଼ିତ ହୋଇଥିବେ ସେମାନଙ୍କୁ ତୃତୀୟ ଡୋଜ୍ ଦିଆଯିବ ଦରକାର ବୋଲି ଜେକବ ଜନ୍ କହିଥିଲେ। ସେହିପରି ଭାରତରେ କିଛି ଲୋକଙ୍କୁ ବୁଷ୍ଟର ଡୋଜ୍ର ଆବଶ୍ୟକ ପଡ଼ିପାରେ। ତେବେ ସୁସ୍ଥ ହୋଇସାରିଥିବା ଲୋକଙ୍କୁ ଗୋଟିଏ ଡୋଜ୍ ଯଥେଷ୍ଟ ବୋଲି ଗବେଷକ ଜାଣିବାକୁ ପାଇଥିଲେ।
ସେପଟେ ଆଣ୍ଟିବଡି ଟ୍ରାଇଟ୍ରେସ୍, ଯାହା କରୋନା ଭାଇରସକୁ ମାରିଥାଏ, ତାହା ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ କମ୍ ପ୍ରଭାବୀ। ଆଣ୍ଟିବଡି ଟ୍ରାଇଟ୍ରେସ୍ର ଗୋଟିଏ ଡୋଜ୍ ନେଇଥିବା ୭୮ ପ୍ରତିଶତ ଲୋକଙ୍କ ଠାରେ ଡେଲ୍ଟା ଭ୍ୟାରିଏଣ୍ଟ ମିଳିନଥିଲା। ସେହିପରି ଦୁଇଟି ଡୋଜ୍ ନେଇଥିବା ୬୯ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ମିଳିନଥିଲା। ଏହା ବାଦ୍ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯିଏ ଗୋଟିଏ ଡୋଜ ନେଇଛନ୍ତି ୬୬%ଙ୍କଠାରେ ଆଣ୍ଟିବଡି ମିଳିନଥିବା ବେଳେ ଡବଲ ଡୋଜ୍ ନେଇଥିବା ୩୩ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ମିଳିନଥିଲା।












Click it and Unblock the Notifications