ଟ୍ରମ୍ପଙ୍କ ବିଜୟ ଭାରତ ଉପରେ କି ପ୍ରଭାବ ପଡିବ, ଜୟଶଙ୍କର କହିଦେଲେ କିଛି ଏମିତି ...
ଆମେରିକାରେ ଆଗାମୀ ୪ ବର୍ଷ ପାଇଁ ନୂଆ ରାଷ୍ଟ୍ରପତି ଚୟନ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ହେବେ । ୨୦୨୦ରେ ନିର୍ବାଚନରେ ଜୋ- ବାଇଡେନଙ୍କ ଠାରୁ ପରାସ୍ତ ହେବା ପରେ ୨୦୨୪ରେ ପୁଣି ଥରେ କମ୍ବ୍ୟାକ୍ କରିଛନ୍ତି । ୨୦୧୬ରେ ସେ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ ଦ୍ବିତୀୟ ଥର ପାଇଁ ସେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି ।
ଟ୍ରମ୍ପ ଆମେରିକାରେ ଐତିହାସିକ ବିଜୟ ହାସଲ କରି ଦମଦାର ଢଙ୍ଗରେ କମବ୍ୟାକ କରିଥିବା ବେଳେ ଏକାଧିକ ରେକର୍ଡ କରିଛନ୍ତି। ଆମେରିକା ଇତିହାସରେ ଟ୍ରମ୍ପ ଦ୍ୱିତୀୟ ରାଷ୍ଟ୍ରପତି ଯିଏ ୪ ବର୍ଷ ବ୍ୟବଧାନ ପରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି। ପୂର୍ବରୁ ଏପରି ଘଟଣା ଗ୍ରୋଭର କ୍ଲେଭେଲାଣ୍ଡଙ୍କ ସହ ଘଟିଥିଲା। ତେବେ ଗ୍ରୋଭର ୧୩୨ ବର୍ଷ ତଳେ ଏପରି ଇତିହାସ ରଚିଥିଲେ।
ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ'ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ ଉଠିଛି । ବର୍ତ୍ତମାନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ନିଜେ ଏହାର ଉତ୍ତର ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ହ୍ବାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ ଏକ ସୁଯୋଗ ବୋଲି ଭାରତ ଦେଖୁଛି। ଏହା ଭାରତ-ଆମେରିକା ସମ୍ପର୍କକୁ ବହୁତ ମଜବୁତ କରିବ ଏବଂ ବିଶେଷ କରି ବାଣିଜ୍ୟ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟ ଉପକୃତ ହେବେ।

ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତରେ ସିଡନୀରେ ସିଇଓ ଏବଂ ବ୍ୟବସାୟିକ ନେତାମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଯେ ଟ୍ରମ୍ପଙ୍କ ନିର୍ବାଚନରେ ବ୍ୟବସାୟ ଏବଂ କୂଟନୈତିକ ସମ୍ପର୍କ ଦୃଷ୍ଟିରୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିଣାମ ହୋଇପାରେ। ସେ କହିଛନ୍ତି ଯେ ଟ୍ରମ୍ପଙ୍କ ବିଜୟ ଜଗତୀକରଣ ଉପରେ ଏକ ବଡ ପ୍ରଭାବ ପକାଇବ। ଜୟଶଙ୍କର କହିଛନ୍ତି ଯେ ଭାରତ ଏହାକୁ ବିଭିନ୍ନ ଦିଗରୁ ଦେଖୁଛି। ସେ କହିଛନ୍ତି, ସର୍ବପ୍ରଥମେ, (ସର୍ବଭାରତୀୟ ସ୍ତରରେ) ଯୋଗାଣ ଶୃଙ୍ଖଳାର କ୍ରମ ପୂର୍ବରୁ ବଦଳୁଛି। ଆମେରିକାରେ ନିର୍ବାଚନ ଫଳାଫଳ ପରେ ଏହା ତ୍ୱରାନ୍ବିିତ ହେବ।












Click it and Unblock the Notifications