କାହିଁକି ହୁଏ ନାହିଁ ରାତିରେ ନିଦ, ସାବଧାନ ! ହୋଇପାରେ ଏହି ସବୁ କାରଣ
ମଣିଷର ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ନିଦ ନିହାତି ଆବଶ୍ୟକ । ଏବେ ମୋବାଇଲ ଯୁଗରେ ବୈଜ୍ଞାନିକଙ୍କ କହିବା କଥା ସପ୍ତାହ ସାରା କାମ, ବିଳମ୍ବ ରାତି ପର୍ଯ୍ୟନ୍ତ ମୋବାଇଲର ବ୍ୟବହାର, ଅଲଗା ଅଲଗା ସିଫ୍ଟରେ କାମ କରିବାର ଅସୁବିଧା, ଅନ୍ୟ ଠାରୁ ଆଗକୁ ବଢ଼ିବାର ମନୋବୃତି ପୁରା ଦୁନିଆରେ ନିଦର ସଙ୍କଟ ତିଆରି କରିଛି । ଏହା ସହ ବୈଜ୍ଞାନିକମାନେ ପର୍ଯ୍ୟନ୍ତ ଭାବେ ଶୋଇବାକୁ ପରାମର୍ଶ ଦେଇଛନ୍ତି ।

* ବୈଜ୍ଞାନିକମାନେ ମୋବାଇଲ ଆପ୍ ଜରିଆରେ ବିଶ୍ୱର ୬ ହଜାର ଲୋକଙ୍କ ଉପରେ ସର୍ଭେ କରିଛନ୍ତି
* ସର୍ଭେରେ ଲୋକଙ୍କ ନିଦ ଅଭ୍ୟାସ ଉପରେ ଯାଂଚ ହୋଇଛି
* ଏଥିରୁ ଜଣାପଡ଼ିଲା ପୁରା ଦୁନିଆର ଲୋକ ପୂର୍ବ ଅପେକ୍ଷା କମ୍ ଶୋଉଛନ୍ତି
* ୧୯୫୦ରେ ପୁରା ଦୁନିଆରେ ଲୋକେ ହାରାହାରି ୮ ଘଂଟା ଶୋଉଥିଲେ
* ୨୦୧୩ ବେଳକୁ ଏହା ସାଢ଼େ ୬ ଘଂଟାକୁ କମିଯାଇଛି
* ସ୍ପେନର ଲୋକ ସବୁଠୁ ବିଳମ୍ବରେ ଶୋଇବାକୁ ଯାଆନ୍ତି
* ଅଷ୍ଟ୍ରେଲିଆରେ ଲୋକେ ସବୁଠୁ ସଅଳ ଶୋଇପଡ଼ନ୍ତି
* ସାଉଦି ଆରବର ଲୋକ ସବୁଠୁ ବିଳମ୍ବରେ ଉଠିଥାନ୍ତି
* ଆମେରିକାରେ ଲୋକେ ସବୁଠୁ ସଅଳ ଉଠିପଡ଼ନ୍ତି
* ଭାରତରେ ବି ସ୍ଥିତି ଏତେ ଭଲ ନୁହେଁ
* ସର୍ଭେରୁ ଜଣାପଡ଼ିଛି ଯେ, ଭାରତରେ ୯୩% ଲୋକ ପର୍ଯ୍ୟାପ୍ତ ଶୁଅନ୍ତିନି
* କମ୍ ନିଦ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ
* ସର୍ଭେରେ ସାମିଲ ହୋଇଥିବା ୭୨% ମାନିଛନ୍ତି ଯେ, ସେମାନେ ରାତିରେ ୩ରୁ ୪ ଥର ଉଠିପଡ଼ନ୍ତି
* ୮୭% ଲୋକ ମାନିଛନ୍ତି ଯେ, କମ୍ ନିଦ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି
* ସର୍ଭେରେ ସାମିଲ ୫୭% କହିବା କଥା, କମ୍ ନିଦ ଯୋଗୁଁ କାମ ପ୍ରଭାବିତ ହୋଇଛି
* ନିଦ ଦେହକୁ ସୁସ୍ଥ ରଖିବା ପାଇଁ ଏକ ବଡ଼ ବରଦାନ
* ବୈଜ୍ଞାନିକଙ୍କ କହିବା କଥା ନିଦ ବେଳେ ମସ୍ତିଷ୍କ ଅଧିକ ସକ୍ରିୟ ହୋଇଯାଏ
* ଦିନ ସାରା କାର୍ଯ୍ୟବ୍ୟସ୍ତତାରେ ମଣିଷ ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ
* ହେଲେ ଶୋଇବା ଯୋଗୁଁ ଏହି ଚାପ ଚାଲିଯାଏ












Click it and Unblock the Notifications