କେମିତି ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନୀ ଗୁପ୍ତଚର ହେଲେ ଜ୍ୟୋତି ମାଲହୋତ୍ରା ?

ଜଣେ ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନୀ ଗୁପ୍ତଚର ହୋଇଛନ୍ତି ହରିୟାଣାର ଜ୍ୟୋତି ମାଲହୋତ୍ରା। ତାଙ୍କର ଏହି ଯାତ୍ରା ଆଧୁନିକ ଯୁଗରେ ନୂଆ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ କରିଛି । କ୍ଷେତ୍ରରେ ଗୋଟିଏ ଦେଶର ଗୁଇନ୍ଦା ଏଜେନ୍ସି ଆଉ ଗୋଟିଏ ଦେଶର ସାମାଜିକ ଗଣମାଧ୍ୟମରେ ପ୍ରଭାବ ରଖିଥିବା ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଏପରି ରଣନୀତିର ଶିକାର ହୋଇ ଏବେ ଗିରଫ ହୋଇଛନ୍ତି ଜ୍ୟୋତି।

ରାତାରାତି ବଡ଼ଲୋକ ହେବାର ନିଶା, ଶୀଘ୍ର ପୁଳାପୁଳା ଟଙ୍କା ଆୟ କରିବା ଓ ବିଳାସପୂର୍ଣ୍ଣ ଜୀବନ ବିତାଇବା ଲୋଭ କେମିତି ଜଣେ ଇନଫ୍ଲ୍ୟୁଏନସର ଶତ୍ରୁର ଜାଲରେ ଫସି ଯାଉଛନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଜ୍ୟୋତି। ଜ୍ୟୋତିଙ୍କୁ ପାକିସ୍ତାନ ସ୍ପାଏ ନେଇ ଶୁକ୍ରବାର ଗିରଫ କରାଯାଇଛି । ଏବେ ସେ ୫ ଦିନିଆ ରିମାଣ୍ଡରେ ରହିଛନ୍ତି।

କରୋନା ଦେଶକୁ ଆସିବା ପରେ କଣ୍ଟେଣ୍ଟ କ୍ରିଏସନ ନୂଆ ଜୀବନ ପାଇଥିଲା । ଯାହାକୁ ଦେଖିଲେ, ହାତରେ ଖଣ୍ଡେ ମୋବାଇଲ ଧରି ଭିଡିଓ ଶୁଟିଂ କରିବାରେ ଲାଗି ପଡ଼ିଲେ। ଅଧିକରୁ ଅଧିକ ଲୋକକଣ୍ଟେଣ୍ଟ କ୍ରିଏଶନ ଦୁନିଆରେ ପାଦ ଦେଉଥିବା ବେଳେ ସମସ୍ତଙ୍କର ସ୍ୱପ୍ନ ଥିଲା ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ ହୋଇ ଟଙ୍କା ରୋଜଗାର କରିବା।

How did Jyoti Malhotra go from travel YouTuber to Pakistani spy

ଏଥି ପାଇଁ ସେମାନଙ୍କୁ ନୂଆ ଓ ନିୟମିତ ବିଭିନ୍ନ ବିଷୟବସ୍ତୁର ଭିଡିଓ ଅପଲୋଡ କରିବାକୁ ପଡ଼ୁଥିଲା। ସେମାନଙ୍କୁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ ଓ ସମ୍ପଦର ଆବଶ୍ୟକତା ଥିବା, ସେମାନେ ଭଲ ଭାବେ ବୁଝିଥିଲେ। ଏ ନେଇ ସେମାନେ କିଛି ବି କରିବାକୁ ପଛାଉ ନଥାଆନ୍ତି।

୩୩ ବର୍ଷୀୟ ଜ୍ୟୋତିଙ୍କ ୟୁଟ୍ୟୁବକୁ ୩.୮୫ ଲକ୍ଷ ସବସ୍କ୍ରାଇବର କରିଛନ୍ତି। ଟ୍ରାଭେଲ ୱିଥ ଜୋ ନାଁରେ ଥିବା ଜ୍ୟୋତିଙ୍କ ଚ୍ୟାନେଲ ବିଭିନ୍ନ ସ୍ଥାନର ଭିଡିଓ ଓ ରିଲ୍ସ ରହିଛି। ସେ ନିଜେ ଉକ୍ତ ସ୍ଥାନରେ ବୁଲିବା ସହ ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରନ୍ତି। ନିଜର ଅଭିଜ୍ଞତା ଭିଡିଓ ମାଧ୍ୟମରେ ସେ ସମସ୍ତଙ୍କୁ ଜଣାଉଥିବା କୁହନ୍ତି। ଏବେ ତାଙ୍କ ଆକାଉଣ୍ଟ ବ୍ଲକ କରାଯାଇେଛି।

ପାକିସ୍ତାନ ଲିଙ୍କ୍‌

ଜ୍ୟୋତି ପାକିସ୍ତାନ ଓ ଚାଇନା ସମେତ ୮ଟି ଦେଶକୁ ଗସ୍ତ କରିଛନ୍ତି। ୟୁଟ୍ୟୁବ ଚ୍ୟାନେଲ କରି ନିଜର ଟ୍ରାଭେଲ ଭିଡିଓକୁ ଅପଲୋଡ କରୁଥିବା ଜ୍ୟୋତି ସମୟକ୍ରମେ ପାକିସ୍ତାନୀ ସୂଚନା ଅଫିସରମାନଙ୍କ ଯୋଗାଯୋଗରେ ଆସିଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ତାଙ୍କୁ ଗୋଟିଏ ନିଜସ୍ୱ ସମ୍ପତ୍ତି ଭାବେ ଗଢ଼ାଯାଇଥିଲା।

ହିସରା ଏସ୍‌ପି ଶଶାଙ୍କ କୁମାର ସାୱନଙ୍କ କହିବା କଥା ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ସିଧାସଳଖ କୌଣସି ସାମରିକ କିମ୍ବା ପ୍ରତିରକ୍ଷା ଅପରେଶନ ସମ୍ପର୍କିତ ତଥ୍ୟ ସହ ନାହିଁ। କିନ୍ତୁ ସେ ପାକିସ୍ତାନ ଅଧିକାରୀଙ୍କ ଯୋଗାଯୋଗରେ ଥିଲେ। ନିଶ୍ଚିତ ଭାବେ ସେମାନେ ତାଙ୍କୁ ଗୋଟିଏ ସମ୍ପତ୍ତି ଭାବେ ତିଆରି କରିଥିଲେ। ଅନ୍ୟ ପ୍ରଭାବଶାଳୀ ୟଟ୍ୟୁବରମାନଙ୍କ ସହ ମଧ୍ୟ ତାଙ୍କର ଯୋଗାଯୋଗ ରହିଥିଲା। ସେମାନେ ମଧ୍ୟ ପାକିସ୍ତାନୀ ଏଜେଣ୍ଟଙ୍କ ଯୋଗାଯୋଗରେ ରହିଥିଲେ। ଏହା ଗୋଟିଏ ପ୍ରକାରର ଯୁଦ୍ଧ ବ୍ୟାପାର। ଏପରି କ୍ଷେତ୍ରରେ ଶତ୍ରୁପକ୍ଷ ନିଜର ଆଭିମୁଖ୍ୟକୁ ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଉପସ୍ଥାପନ କରି ପ୍ରଚାର କରିବାକୁ ଚେଷ୍ଟା କରନ୍ତି ବୋଲି ସେ କହିଛନ୍ତି।

କେମିତି ପାକ ଅଧିକାରୀଙ୍କୁ ଭେଟିଲେ ଜ୍ୟୋତି?

ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଦାନିଶଙ୍କ ସହ ଜ୍ୟୋତି ଯୋଗାଯୋଗରେ ରହିଥିଲେ। ପହଲଗାମ ନରସଂହାର ପରେ ଭାରତ ଆରମ୍ଭ କରିଥିବା ଅପରେଶନ ସିନ୍ଦୂରର ବଦଲା ନେବାକୁ ପାକିସ୍ତାନ ଚେଷ୍ଟା କରିବାରୁ ଦୁଇ ଦେଶ ମଧ୍ୟରେ ପ୍ରାୟ ୪ ଦିନ ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ଏହି ସମୟରେ ମଧ୍ୟ ଜ୍ୟୋତି ଓ ଦାନିଶଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଜ୍ୟୋତି ଏକାଧିକ ଥର ପାକିସ୍ତାନ ଗସ୍ତ କରୁଥିବାରୁ ପୂର୍ବରୁ ସେ ବିଭିନ୍ନ ଏଜେନ୍ସିର ରାଡାରରେ ଥିଲେ। ପୋଲିସ ତାଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଜବତ କରିଛି।

ଗତବର୍ଷ ମାର୍ଚ୍ଚ ମାସରେ ସେ ପାକିସ୍ତାନ ଦୂତାବାସକୁ ଯାଇଥିଲେ ଓ ଗୋଟିଏ ଭିଡିଓ ଅପଲୋଡ କରିଥିଲେ। ସେଠାରେ ତାଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଥିଲା ଯେ ଦୂତାବାସ କର୍ମଚାରୀଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା। ସେହିପରି ସେ ପାକିସ୍ତାନର ପ୍ରଶଂସା କରିବାକୁ ମଧ୍ୟ ପଛାଇ ନଥିଲେ। ଖାଲି ସେତିକି ନୁହେଁ, ଜ୍ୟୋତି ପାକିସ୍ତାନ ଯିବାକୁ ଭିସା ଚାହୁଁଥିବା ମଧ୍ୟ ବିଭିନ୍ନ ଲୋକଙ୍କୁ ହସିହସି କହୁଥିବା ସେ ଅପଲୋଡ କରିଥିବା ଭିଡିଓରେ ଦେଖାଯାଇଥିଲା।

ଏସ୍‌ପି ସାୱନ କହିଛନ୍ତି, "ସାମାଜିକୀକରଣକୁ ଅନୁମତି ରହିଛି। କିନ୍ତୁ ସେମାନଙ୍କ ଆଭିମୁଖ୍ୟକୁ ଜଣେ ବୁଝିବା ଦରକାର। ଆମ ପାଇଁ ପାକିସ୍ତାନ ଗୋଟିଏ ସାଧାରଣ ଦେଶ ନୁହେଁ। ପାକିସ୍ତାନକୁ ଏକାଧିକ ଥର ଯିବା, ପାକିସ୍ତାନର ପ୍ରଚାର କରିବା, ବିବାଦ ସମୟରେ ପାକିସ୍ତାନ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ଓ ତାଙ୍କୁ ସହାୟତା ପ୍ରଦାନ କରିବା ଦେଶର ଏକତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି।

ପାକିସ୍ତାନ ମିଟିଂ

ଗିରଫ ପରେ ଜ୍ୟୋତି ପୋଲିସକୁ କହିଛନ୍ତି , ପ୍ରଥମ ଦେଖାରେ ଦାନିଶ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଦୁଇ ଜଣ ଫୋନରେ କଥାବାର୍ତ୍ତା ଜାରି ରଖିଥିଲେ। ୨୦୨୩ରେ ତାଙ୍କୁ ୧୦ ଦିନ ପାକିସ୍ତାନ ଯିବାକୁ ଭିସା ମିଳିଥିଲା। ଦାନିଶ ତାଙ୍କୁ ନିଜର ସହଯୋଗୀ ଅଲୀ ଅହୱାନଙ୍କ ସହ ପାକିସ୍ତାନରେ ଭେଟିବାକୁ କହିଥିଲେ। ଅଲୀ ଅହୱାନ ତାଙ୍କ ଯିବାଆସିବା ଓ ରହିବା କଥା ବୁଝିଥିଲେ। ପାକିସ୍ତାନ ଗସ୍ତରେ ଥିବା ବେଳେ ଜ୍ୟୋତି ସେଠାରେ ବଡ଼ବଡ଼ ପାର୍ଟିରେ ମଧ୍ୟ ଯୋଗ ଦେଇଥିବା ପ୍ରମାଣ ମିଳିଛି।

ପାକିସ୍ତାନରେ ଜ୍ୟୋତି ପାକିସ୍ତାନୀ ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ। ଏହାର ବ୍ୟବସ୍ଥା ଅଲୀ କରିଥିଲା। ଶାକିର ଓ ରାଣା ଶାହବାଜ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ସହ ମଧ୍ୟ ଜ୍ୟୋତିଙ୍କ ପରିଚୟ ହୋଇଥିଲା। ସେ ଶାକିରଙ୍କ ନମ୍ବର ଆଣିବା ସହ ଏହାକୁ ଜାଟ ରାନ୍ଧୱା ନାଁରେ ନିଜ ମୋବାଇଲ୍‌ରେ ସେଭ କରିଥିଲେ। ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ପାକିସ୍ତାନରେ ଭେଟିଥିବା ଲୋକମାନଙ୍କ ସହ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମ ଜରିଆରେ ଯୋଗାଯୋଗ କରୁଥିଲେ।

କେମିତି ହୋଇଥିଲା ଆର୍ଥିକ କାରବାର

ବର୍ତ୍ତମାନ ପୋଲିସ ଜ୍ୟୋତିଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି। ତାଙ୍କର ଆର୍ଥିକ କାରବାର, ଭ୍ରମଣ କାର୍ଯ୍ୟକ୍ରମ, ସେ କଉଁଠିକୁ ଯାଇଥିଲେ ଓ କେଉଁମାନଙ୍କୁ ଭେଟିଥିଲେ, ସେସବୁର ଯାଞ୍ଚ କରାଯାଉଛି। ହରିୟାଣା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମଧ୍ୟ ଯୋଗାଯୋଗରେ ରହିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଜ୍ୟୋତି ଅତନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ତାଙ୍କ ଆୟ ଅନୁସାରେ ଖର୍ଚ୍ଚ ସମ୍ଭବତଃ ଅଧିକ ରହିଥିଲା। ତେଣୁ ଏହାର ଯାଞ୍ଚ ମଧ୍ୟ ଚାଲିଛି। ଜ୍ୟୋତି ନିଜ ୟୁଟ୍ୟୁବ ଚ୍ୟାନେଲ ପାଇଁ ଶୁଟିଂ କରିବାକୁ ଯିବା ବେଳେ ବିମାନର ବ୍ୟବହାର କରନ୍ତି। ସେ ବଡ଼ବଡ଼ ହୋଟାଲରେ ରହିବା ସହ ଦାମୀ ରେଷ୍ଟୁରାଣ୍ଟରେ ଖାଆନ୍ତି। ପୋଲିସ ଏହା ମଧ୍ୟ ଏ ଜାଣିବାକୁ ପାଇଛି ଯେ ଜ୍ୟୋତିଙ୍କ ପାକିସ୍ତାନ ଗସ୍ତ ଗୋଟିଏ ପ୍ରାୟୋଜିତ ଟ୍ରିପ୍‌ ଥିଲା।

ପାକିସ୍ତାନରେ ଭିଆପି ସୁବିଧା ପାଇଥିବା ଜ୍ୟୋତି ସେଠାରୁ ଫେରି ଚାଇନା ଗସ୍ତ କରିଥିଲେ। ଚାଇନାରେ ମଧ୍ୟ ସେ ଦାମୀ କାରରେ ବୁଲିଥିଲେ ଓ ଦାମୀ ଗହଣା ଦୋକାନ ଯାଇଥିଲେ। ଏପରି ବିଳାସପୂର୍ଣ୍ଣ ଟ୍ରିପ ଓ ସନ୍ଦେହଜନକ ବୈଠକ ଜ୍ୟୋତିଙ୍କୁ ସୁରକ୍ଷା ଏଜେନ୍ସିର ରାଡାର ଭିତରକୁ ଟାଣିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+