ତିହାର ଜେଲରେ କଟିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରାତି

Arvind Kejriwal News: ତିହାର ଜେଲରେ କଟିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରାତି । କେଜ୍ରିୱାଲଙ୍କୁ ତିହାର ୨ ନମ୍ବର ଜେଲରେ କେଜ୍ରିୱାଲଙ୍କୁ ରଖାଯାଇଛି । ସିଏମ କେଜ୍ରିୱାଲ ସନ୍ଧ୍ୟା 4.30 ରେ ତିହାର ଜେଲରେ ପହଞ୍ଚିଥିଲେ। ବର୍ତ୍ତମାନ କେଜ୍ରିୱାଲଙ୍କୁ ଆସନ୍ତା 14ଦିନ ଏହି ତିହାର ଜେଲରେ ରଖାଯିବ ।

Arvind Kejriwal

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜେଲରେ ସିଏମ୍ କେଜ୍ରିୱାଲଙ୍କ ପ୍ରଥମ ରାତି ଟିକେ କଷ୍ଟରେ କଟିଥିଲା । ସେହିପରି ଜେଲ୍ ମାନୁଆଲ୍ ଅନୁସାରେ କେଜ୍ରିୱାଲ କେବଳ ଜଣେ କଏଦୀଙ୍କୁ ମିଳୁଥିବା ସୁବିଧା ପାଇବେ । ଜେଲ୍ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କୋର୍ଟ ନିର୍ଦ୍ଦେଶ ଅନୁସାରେ ଜେଲରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବିଶେଷ ବ୍ୟବହାର କରାଯିବ ନାହିଁ ।

ଜେଲରେ ପ୍ରଥମ ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘର ରନ୍ଧା ଖାଦ୍ୟ ଖାଇଛନ୍ତି । ଏନେଇ ତିହାର ଜେଲର ଅଧିକାରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେପର୍ଯ୍ୟନ୍ତ କେଜ୍ରିୱାଲ ତିହାରରେ ରହିବେ, ତାଙ୍କୁ କେବଳ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ଦିଆଯିବ । ସୋମବାର ଦିନ କେଜ୍ରିୱାଲ ପ୍ରଥମ ରାତି ଜେଲରେ କାଟିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+