ମଝି ରାସ୍ତାରେ ଜଳିଲା୍ ବସ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବେଙ୍ଗାଲୁରୁ : ବେଙ୍ଗାଲୁରୁ ସହରର ଏକ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ସରକାରୀ ବସ୍ ଜଳି ଯାଇଥିବା ଖବର ମିଳିଛି । ଆଜି ସକାଳ ସମୟରେ ଚାଳକ ଗାଡ଼ି ଷ୍ଟାର୍ଟ କରୁଥିବା ସମୟରେ ବସ୍ର ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ଚାଳକ ଜଣଙ୍କ ଲୋକଙ୍କୁ ବସ୍ରୁ ଓହ୍ଲାଇଯିବାକୁ କହିଥିଲେ । ବେଙ୍ଗାଲୁରୁ ମହାନଗର ପରିବହନ ନିଗମ (ବିଏମଟିସି) ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା ।

ଏକ ଷ୍ଟପେଜରେ ଡ୍ରାଇଭର୍ ଯେତେବେଳେ ଇଞ୍ଜିନ ଷ୍ଟାର୍ଟ କରିଥିଲେ ହଠାତ୍ ବସରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର୍ ଜଣକ ତୁରନ୍ତୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ବସକୁ ଖାଲି କରି ଦେଇଥିଲେ । ଫଳରେ ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଛି । ଇଞ୍ଜିନ ଅତ୍ୟଧିକ ଉତ୍ତପ୍ତ ହୋଇଯିବା କାରଣରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି












Click it and Unblock the Notifications