ପୁଣି ଆମେରିକୀୟ ଜାହାଜ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ
ନୂଆଦିଲ୍ଲୀ: ଆରବ ସାଗରରେ ୟେମେନ ଉପକୂଳରେ ହୁତି ବିଦ୍ରୋହୀ ପୁଣି ଏକ ଜାହାଜ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ୟେମେନର ଅବନ ପୋର୍ଟରୁ ୬୦ ନଟ୍ରିକାଲ ମାଇଲ ଦୂରରେ ଏହି ଆକ୍ରମଣ ହୋଇଛି ? ଆକ୍ରମଣ ଯୋଗୁ ଜାହାଜର କିଛି ଅଂଶରେ ନିଆଁ ଲାଗିଯାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
ଜେନନୋ ପିକାଡୋର ନାମକ ଏହି ଜାହାଜରେ ମାର୍ଶଲ ଆଇଲ୍ୟାଣ୍ଡର ପତାକା ଲାଗିଛି । ଜାହାଜରେ ମୋଟ ୨୨ ଜଣ ସଦସ୍ୟ ଥିଲେ । ଭାରତୀୟ ନୌସେନାକୁ ଏହି ଆକ୍ରମଣରେ ସୂଚନା ମିଳିବା ପରେ ଏହାର ଜବାବ ଦିଆଯାଇଛି । ଜାହାଜ ଉପରେ ଏହି ଆକ୍ରମଣ ବିଳମ୍ବିତ ରାତ୍ରିରେ ହୋଇଥିଲା । ଆକ୍ରମଣ ସୂଚନା ମିଳିବା ମାତ୍ରେ ଭରତୀୟ ନୌସେନା ଆଇଏନଏସ ବିଶାଖା ପଟଣାକୁ ସହାୟତା ନିମନ୍ତେ ପଠାଇଥିଲା ।
୧୮ ଜାନୁୟାରୀ ୧୨ଟା ୩୦ ମିନିଟ୍ରେ ଭାରତୀୟ ଯୁଦ୍ଧତରୀ ସମୁଦ୍ରରେ ଜାହଜକୁ ଠାବ କରିଥିଲା । ସେତେବେଳେକୁ ଜାହଜରୁ ନିଆଁ ଲିଭି ସାରିଥିଲା । ତେବେ ଏହି ଆକ୍ରମଣ ଯୋଗୁ ଜାହଜର ଦିଶେଷ କ୍ଷୟକ୍ଷତି ହୋଇ ନାହିଁ । ଜାହାଜ ଏବେ ପରବର୍ତ୍ତୀ ବନ୍ଦର ଅଭିମୁଖେ ମୁହାଁଇଛି । ତେବେ ଏହି ଜାହାଜ ଆକ୍ରମଣ ନିମନ୍ତେ ଏପର୍ଯ୍ୟନ୍ତ ନିଜକୁ କେହି ଦାୟୀ କରୁନଥିଲେ ହିଁ ହୁତି ବିଦ୍ରୋହୀଙ୍କ ଏହି ଆକ୍ରମଣ ବୋଲି ଅନୁମାନ କରାଯାଉଛି ।

ହୁତି ବିଦ୍ରୋହୀମାନେ କହିଥିଲେ ଯେ ସେମାନେ ବୁଧବାର ୟେମେନ ଉପକୂଳରେ ଏକ ଆମେରିକୀୟ ଜାହଜ କୁ ଡ୍ରୋନ ଟାର୍ଗେଟ୍ କରିଥିଲେ । ଅବନ ବନ୍ଦର ୟେମେନର ଏକ ଗୁରୁତ୍ୱପୂର୍ଣ ବନ୍ଦର ଯାହା ଉଫ ୟେମନର ଉପସାଗରରେ ରହିଛି । ଏହି ଚନ୍ଦରଟି ବାଇ ଅଲ ଭାଗ ମଣ୍ଡେବ ଷ୍ଟ୍ରେଟରୁ ପାଖାପାଖି ୧୭୦ କିଲୋମିଟର ପୂର୍ବ ଦିଗରେ ଅବସ୍ଥିତ । ଏହା ଲୋହିତ ସାଗରକୁ ସଂଯୁକ୍ତ କରୁଛି । ଲୋହିତ ସାଗରରେ ଏବେ ଇରାନ୍ ସମର୍ଥିତ ହୁି ବିଦ୍ରୋହୀଙ୍କ ଗତି ବିଦ୍ଧି ବୃଦ୍ଧି ପାଇଛି । ୨୦୨୩ ଶେଷ ହେବା ପୂର୍ବରୁ ହୁତି ବିଦ୍ରୋହୀ ମାନେ ଲୋହିତ ସାଗରରେ ବିଣିଜିକ ଜାହଜ ଗୁଡ଼ିକୁ ଟାର୍ଗେଟ କରିଆସୁଛନ୍ତି ।












Click it and Unblock the Notifications