ରେସ୍ତୋରାଁରେ ଦେବାକୁ ହେବନି ସର୍ଭିସ୍ ଚାର୍ଜ
କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ । ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।
ନୂଆଦିଲ୍ଲୀ: ହୋଟେଲରେ ଖାଇବା କାହାକୁ ବା ପସନ୍ଦ ନୁହେଁ ସମସ୍ତେ ଚାହାନ୍ତି ହୋଟେଲ ରେ ଖାଇବା ପାଇଁ । କିନ୍ତୁ ଖାଇବା ବିଲ ସହ ଯେଉଁ ଅଧିକ ଶୁଳ୍କ ଗଣିବା ପାଇଁ ପଡ଼ିଥାଏ। ତାହା ଲୋକଙ୍କ ଉପରେ ଭାରି ପଡେ। ତେଣୁ ଅନେକ ଏହି ଚାର୍ଜ ଦେବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ । ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି । କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ । ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ କୁହାଯିବ । ସେବା ଶୁଳ୍କ ସଂଗ୍ରହ ଆଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ । ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ । କୌଣସି ହୋଟେଲ ଯଦି ଉପଭୋକ୍ତାଙ୍କୁ ଏନେଇ ବାଧ୍ୟ କରନ୍ତି,ତେବେ ଆପଣ ଜାତୀୟ ହେଲ୍ପଲାଇନରେ 1915କୁ କଲ କରିପାରିବେ କିମ୍ବା ଏନସିଏଚ୍ ମୋବାଇଲ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ ।
ଉପଭୋକ୍ତା ଅନୁଚିତ ବ୍ୟବସାୟ କାର୍ଯ୍ୟ ପଦ୍ଧତି ବିରୋଧରେ ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇ ପାରିବ । ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଅଭିଯୋଗ ସମାଧାନ ଲାଗି ଇ-ଦାଖଲ ପୋର୍ଟାଲ www.e-daakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତିରେ ଅଭିଯୋଗ ଦାଖଲ କରାଯାଇପାରିବ । ସିସିପିଏକୁ [email protected]. ଇ-ମେଲରେ ଅଭିଯୋଗ ପଠାଯାଇ ପାରିବ ।
ସେବା ଶୁଳ୍କ ସଂକ୍ରାନ୍ତ ବିଭିନ୍ନ ମାମଲାରେ ଉପଭୋକ୍ତା ଆୟୋଗ ଉପଭୋକ୍ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଏବଂ ଏଭଳି ଶୁଳ୍କ ଆଦାୟକୁ ଅନୁଚିତ ବ୍ୟବସାୟିକ ପଦ୍ଧତି ଏବଂ ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇଛନ୍ତି ।












Click it and Unblock the Notifications