ଝାଡଖଣ୍ଡ ରଜନୀରେ ହଟଚମଟ; ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ, ବିଜେପିରେ ହୋଇପାରନ୍ତି ସାମିଲ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ୩ଜେଏମଏମ ବିଧାୟକ ରବିବାରି ଅପରାହ୍ନ ୩ଟାରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ଭାଜପାରେ ଯୋଗ ଦେଇପାରନ୍ତି।

Champai Soren

ଏୟାର ଇଣ୍ଡିଆର ବିମାନ ଯୋଗେ ଏମାନେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ତେବେ ଚମ୍ପାଇ ସୋରେନ ଦିଲ୍ଲୀ ଯିବା କାରଣରୁ ରାଜନୈତିକ ଅସ୍ଥିରତା ଆହୁରି ତୀବ୍ର ହୋଇଛି। ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରୋମ, ସମୀର ମହାନ୍ତି ମଧ୍ୟ ଯୋଗାଯୋଗରେ ନାହାଁନ୍ତି।

ସୂଚନାନୁସାରେ, ଚମ୍ପାଇ ସୋରେନ ଭାଜପାର ବଡ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଦଳ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା।

ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ଆସନ୍ତା ବିଧାନସଭା ନିର୍ବାଚନରେ ଆଦିବାସୀ ଭୋଟ ବ୍ୟାଙ୍କରେ ଏକ ବଡ଼ ସପୋର୍ଟ ସୃଷ୍ଟି କରିବାରେ ସହାୟକ ହେବ। କିନ୍ତୁ ଦଳ ଭିତରେ ଦଳଗତତା ମଧ୍ୟ ତୀବ୍ର ହେବ। ଜାମସେଦପୁର ସମେତ କୋଲହାନ ଅଞ୍ଚଳରେ ଚମ୍ପାଇଙ୍କ ଏକ ଦୃଢ ସମର୍ଥନ ରହିଛି।
ବିଶେଷକରି ପୋଟକା, ଘାଟସିଲା ଏବଂ ବାହାରାଗୋଡା, ଇଚାଗଡ, ସଢେଇକଳା-ଖରସୁଆଁ ଏବଂ ପ.ସିଂହଭୂମି ଜିଲାର ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ସମର୍ଥନ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+