ଦିପାବଳୀ ପାଳନ ସମୟରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲ କଲେ ସ୍ୱତନ୍ତ୍ର ବ୍ୟବସ୍ଥା
ଦୀପାବଳି ପାଳନ ସମୟରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ ରାଜଧାନୀ ଦିଲ୍ଲୀର ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାମମନୋହର ଲୋହିଆ ହସ୍ପିଟାଲ୍ରେ, ଏମସ୍ ଏବଂ ସବ୍ଦରଜଙ୍ଗ୍ ହସ୍ପିଟାଲ୍ରେ ଜରୁରୀକାଳୀନ ୱାର୍ଡ ସହ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

ହସ୍ପିଟାଲ୍ ଗୁଡ଼ିକରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁତୟନ ହୋଇଛନ୍ତି । ଆକାଶବାଣୀ ନ୍ୟୁଜ୍କୁ ସାକ୍ଷାତକାର ଦେଇ ଆର୍.ଏମ୍.ଏଲ୍. ହସ୍ପିଟାଲ୍ର ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସମୀର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଅଗ୍ନିକାଣ୍ଡ ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପ୍ରାୟ ୧୫ଟି ଶଯ୍ୟା ଖାଲି ରଖାଯାଇଛି । ବାଣ ବ୍ୟବହାର ସମୟରେ ସତର୍କ ରହିବାକୁ ଦିଲ୍ଲୀ ଏମସ୍ ବର୍ଣ୍ଣ ବିଭାଗର ମୁଖ୍ୟ ଡାକ୍ତର ମନିଶ ସିଂଘଲ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।ଶରୀରର ପୋଡ଼ିଥିବା ସ୍ଥାନକୁ ପାଣିରେ ଧୋଇଦେଇ, ଓଦା କପଡ଼ା ଗୁଡ଼ାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି ।












Click it and Unblock the Notifications