ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ଭୟଙ୍କର ନିଆଁ: ୨ ଜୀବନ୍ତ ଦଗ୍ଧ
Accident News: ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ରାସ୍ତା ମଝିରେ ଭୟଙ୍କର ଅଗ୍ନିକାଣ୍ତ । ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଥିବା ନେଇ ସୂଚନା ରହିଛି । ଉତ୍ତରପ୍ରଦେଶର ଝାନସୀରେ ଆଜି ସକାଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଖବର ଅନୁସାରେ, ଡ୍ରାଇଭରର ଆଖି ଲାଗି ଯିବା କାରଣରୁ ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଝାନସୀରୁ କାନପୁର ଅଭିମୁଖେ ଯାଉଥିବା ଏକ ଟ୍ରିକ୍ କାନପୁର ଜାତୀୟ ରାଜପଥରେ ଯାଉଥିବା ସମୟରେ ଟ୍ରକ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ଫଳରେ ଭାରସ୍ୟାମ ହରାଇ ସାମ୍ନାରୁ ଆସୁଥିବା ଆଉ ଏକ ଟ୍ରକ ସହ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ, ଦୁର୍ଘଟାଣା ପରେ ଟ୍ରକଟି ହଠାର୍ ରାସ୍ତା ମଝିରେ ଜଳିବା ଆରମ୍ଭ ହୋଇଥିଲା ।
ଅଗ୍ନିକାଣ୍ତ ଏତେ ଭୟଙ୍କର ଥିଲା ଯେ, ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଅନ୍ୟ ଦୁଇ ଜଣ ଜୀବନ ବଞ୍ଚାଇବା ପାଇଁ ଟ୍ରକରୁ ଡେଇଁ ପଡିଥିଲେ ହେଲେ ଉଭୟ ଗୁରୁତର ଥିବା ନେଇ ସୂଚନା ରହିଛି । ଏହି ଦୁର୍ଘଟଣା ଚିରଗାଁଓ ଥାନା ଅଞ୍ଚଳର କାମପୁର ଜାତୀୟ ରାଜପଥରେ ଘଟିଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସେହିପରି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲା ଏବଂ ଗ୍ୟାସ୍ କଟରରେ ଟ୍ରକକୁ କାଟି ଦୁଇ ମୃତ ଦେବ ଉଦ୍ଧାର କରାଯାଇଥିଲା ।












Click it and Unblock the Notifications