ଭୟଙ୍କର ଦୁର୍ଘଟଣା ; ଦୁଇ କାର୍କୁ ଧକ୍କା ଦେଲା ବସ୍; ୯ମୃତ
ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା । ପ୍ରାଣ ହରାଇଲେ ୯ ଯାତ୍ରୀ । ଏସୟୁଭି ଏବଂ କାରକୁ ଏକ ସରକାରୀ ବସ ଧକ୍କା ଦେବାରୁ ଏତେ ବଡ ଦୁର୍ଘଟଣା ଦେଖିଛି ।
ରିପୋର୍ଚ ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଉଭୟ ଏସୟୁଭି ଏବଂ କାର୍ ଚେନ୍ନାଇରୁ ତିରୁଚିରପଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ଏକ ଯାତ୍ରୀବାହୀ ବସ ବିପରୀତ ଦିଗରେ ଯାତ୍ରା କରୁଥିଲା । ତେବେ ବସ୍ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ପାଇଁ ଏହା ଅପରପାର୍ଶ୍ୱରେ ଯାଉଥିବା କାର ଏବଂ ଏସୟୁଭିକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଦୁଇଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଏହାସହ ୯ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି ।
ପୋଲିସ କହିଛି ଯେ, ଦୁର୍ଘଟଣାରେ ପ୍ରଥମେ ୭ ଜଣ ପ୍ରାଣ ହରାଇଥିଲେ । ପରେ ଏହି ସଂଖ୍ୟା ୯ରେ ପହଁଚିଛି । ସରକାରୀ ବସଟି ଦୁଇଟି କାରକୁ ଧକ୍କା ଦେଇଥିବାରୁ ଅଘଟଣ ଘଟିଛି । ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ମୃତାହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆହତଙ୍କ ଚିକିତ୍ସାରେ ଯେପରି କୌଣସି ତ୍ରୁଟି ନୁହେଁ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications