ଭୟଙ୍କର ଦୁର୍ଘଟଣା; ୧୦୦ ପୁଟ ତଳକୁ ଖସିଲା ବସ, ୧୮ ମୃତ

ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସିପଡ଼ି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଅରୁଣାଚଳ ପ୍ରଦେଶର ହେଲଙ୍ଗ୍-ଚାଗଲାଘମ୍ ରାସ୍ତାର ମେଟେଙ୍ଗଲିଆଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ଥିବା ସମସ୍ତ ଶ୍ରମିକ ଆସାମର ତିନସୁକିଆ ଜିଲ୍ଲାର ଗେଲାପୁଖୁରି ଚା ବଗିଚାର ବାସିନ୍ଦା ଥିଲେ । ସମସ୍ତ ଶ୍ରମିକ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟକୁ ଯାଉଥିଲେ ।

ଯିବା ସମୟରେ ଏକ ବିପଜ୍ଜନକ ଘାଟି ରାସ୍ତାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କିଛି ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କ ପରିଚୟ ମିଳିନାହିଁ । ମୃତକଙ୍କ ପରିବାରକୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି । ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରୁ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଜଣଙ୍କୁ ଜୀବିତ ଉଦ୍ଧାର କରିଛନ୍ତି ।

accident
ତେବେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଏବଂ ଖରାପ ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବହୁତ ଅସୁବିଧା ହେଉଛି । ପୋଲିସ, ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ସେନା ଟିମ୍ ମିଳିତ ଭାବେ ଏହି ଅପରେସନ ଚଲାଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆସାମ ଏବଂ ଅରୁଣାଚଳ ପ୍ରଦେଶର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହି ଅଞ୍ଚଳ କଠିନ ଭୌଗୋଳିକ ପରିସ୍ଥିତି ପାଇଁ ଜଣାଶୁଣା । ଭାରତ-ଚୀନ୍ ସୀମାରେ ସଂଯୁକ୍ତ ସଡ଼କ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ପ୍ରତିଦିନ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ଦେଇ ଯିବାକୁ ପଡୁଥାଏ । ଅନେକ ସମୟରେ ଖରାପ ପାଗ, ଭୂସ୍ଖଳନ ଏବଂ ସଂକୀର୍ଣ୍ଣ ରାସ୍ତା ଦୁର୍ଘଟଣାର କାରଣ ହୋଇଥାଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ଅଞ୍ଜାଓ ଡେପୁଟି କମିଶନର ମିଲୋ କୋଜିନ୍ କହିଛନ୍ତି ଯେ ତଦନ୍ତ ଚାଲିଛି । ଏହାର କାରଣ ଖୁବ୍ ଶୀଘ୍ର ଜଣାପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+