ଜମ୍ମୁ-କାଶ୍ମୀର କିସ୍ତୱାଡ଼ା ପ୍ରଳୟ,ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି
ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର । ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗୁରୁବାର ଦିନ ଚାରୋଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି ପାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଛି । ସେମାନଙ୍କ ମଧ୍ୟରୁ ଶତାଧିକ ଶ୍ରଦ୍ଧାଳୁ, ଯେଉଁମାନେ ମଚେଲ ମାତାଙ୍କୁ ଦର୍ଶନ କରିବାକୁ ଆସିଥିଲେ ।
ମଚାଇଲ ମାତା ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଯାଉଥିବା ବେଳେ ହଠାତ ଫ୍ଲାସ ଫ୍ଲଡ୍ ମାଡ଼ି ଆସିଥିଲା । ଫଳରେ ତୀର୍ଥଯାତ୍ରୀ ମାନେ ପ୍ରକୃତିର ତାଣ୍ଡବ ଭିତରେ ଫସିଯାଇଥିଲେ । ଏହି ଅଘଟଣରେ ଦୁଇ ଜଣ ସିଆଇଏସ୍ଏଫ୍ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମଚେଲ ମାତା ଯାତ୍ରା ପାଇଁ ହଜାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିବା ବେଳେ ବିପର୍ଯ୍ୟୟ ଘଟିଥିଲା ।

ବର୍ଷାରେ ପାହାଡ଼ ଧସି ଆକସ୍ମିକ ବନ୍ୟାରେ ଅନେକ ଶ୍ରଦ୍ଧାଳୁ, ଅସ୍ଥାୟୀ ଦୋକାନ ଓ ସେନାର ସୁରକ୍ଷା ଘର ଭାସି ଯାଇଥିଲା।ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ଏନ୍ଡିଆର୍ଏଫ୍, ସେନା, ପୁଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସମନ୍ୱିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖରାପ ପାଗ ଯୋଗୁଁ ହେଲିକପ୍ଟର ସହାୟତା ବାଧାପ୍ରାପ୍ତ ହୋଇଥିବା ବେଳେ ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ର ସାହାଯ୍ୟରେ ନିଖୋଜମାନଙ୍କୁ ଖୋଜା ଜାରି ରହିଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications