ଭାରତ ଆସିବେ ମସ୍କ୍, ଏକ୍ସରେ ଲେଖିଲେ ଏହା ମୋ ପାଇଁ ସମ୍ମାନର କଥା
ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲୋନ ମସ୍କ ଶନିବାର ଦିନ କହିଛନ୍ତି ଯେ ସେ ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ପରେ ମସ୍କ ଏହି ସୂଚନା ଦେଇଛନ୍ତି। ମସ୍କ ମଧ୍ୟ ଏହି ବର୍ଷ ଭାରତରେ ଟେସଲା ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ଟେସଲା ମୁମ୍ବାଇ ଏବଂ ଦିଲ୍ଲୀରେ ଶୋ'ରୁମ୍ ପାଇଁ କିଛି ସ୍ଥାନ ଭଡାରେ ନେଇଛି।
ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। ମୁଁ ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଅପେକ୍ଷା କରିଛି!"













Click it and Unblock the Notifications