ସୁଖବୀର ବାଦଲଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ : ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ବାଦଲଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁଙ୍କ ବିବାଦୀୟ ବୟାନ। ସେ କହିଛନ୍ତି, ଶିରୋମଣି ଅକାଳୀ ଦଳକୁ ସୁଖବୀର ବାଦଲଙ୍କ ଉପରେ ଗୁଳି ମାରିବା କାରଣରୁ ନାରାୟଣ ସିଂହ ଚୌଡାଙ୍କୁ ସମ୍ମାନିତ କରିବା ଦରକାର।
ସୁଖବୀର ବାଦଲ ନିଜକୁ ଭୁଲ କଥା ସ୍ବୀକାର କରିଥିଲେ, ସେଥିପାଇଁ ଚୌଡା ଭାବୁକ ହୋଇ ତାଙ୍କୁ ଗୁଳିମାଡ଼ କରିଥିଲେ। ବିଟ୍ଟୁ ଜଥେଦାର ସାହିବଙ୍କୁ ଅପିଲ କରିଥିଲେ ଯେ, ସେ ଶ୍ରୀ ଅକାଳ ତଖତ୍ ନିକଟରେ ତିଆରି ହୋଇଥିବା ମ୍ୟୁଜିୟମରେ ନାରାୟଣ ସିଂହ ଚୌଡାଙ୍କ ଫଟୋ ଲଗାନ୍ତୁ। ଉଲ୍ଲେଖନୀୟ ଯେ, ଅମୃତସରରେ ସ୍ବର୍ଣ୍ଣ ମନ୍ଦିର ବାହାରେ ଧାର୍ମିକ ସଜା ଭୋଗିବା ବେଳେ ବାଦଲଙ୍କ ଉପରେ ଆକ୍ରମଣ ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ନଭନୀତ ସିଂହ ବିଟ୍ଟୁ କହିଛନ୍ତି, ଅକାଳ ତଖତ ବାହାରେ ଯେଉଁ ଘଟଣା ଘଟିଛି ତାହା ନିନ୍ଦନୀୟ। କିନ୍ତୁ ନାରାୟଣ ସିଂହ ଚୌଡାଙ୍କ ବାଦଲଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ଏହି ଗୁଳି ବାଦଲ ନୁହେଁ ବଂର ଦରବାର ସାହିବଙ୍କ ଏକ କାନ୍ଥରେ ବାଜିଛି। ଯେତେବେଳେ ନାରାୟଣ ସିଂହଙ୍କୁ ଜଣାପଡିଥିଲା
ସୁଖବୀର ବାଦଲ ନିଜର ଭୁଲ ସ୍ବୀକାର କରିଛନ୍ତି ସେ ଭାବୁକ ହୋଇ ଗୁଳି ଚଳାଇ ଦେଇଥିଲେ। ଶ୍ରୀ ଗୁରୁଗ୍ରନ୍ଥ ସାହିବରେ ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ଏହାଠାରୁ ବଡ଼ କିଛି ନୁହେଁ। ନାରାୟଣ ସିଂହ ଦେଶର ରତ୍ନ। ଏବେ ଅକାଳୀ ଦଳକୁ ମିଶାଇ ନାରାୟଣ ସିଂହଙ୍କ ସମ୍ମାନ କରିବା ଦରକାର। ଏହି ଆକ୍ରମଣ ସହ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ କୌଣସି ଲେଣ-ଦେଣ ନାହିଁ।












Click it and Unblock the Notifications