ରାଜା ରଘୁବଂଶୀ ହତ୍ୟା ମାମଲାରେ କୁ ନେଇ କଙ୍ଗନାଙ୍କ ବଡ଼ ବୟାନ, କହିଲେ.....
ବଲିଉଡ୍ କୁଇନ୍ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପ୍ରାୟତଃ ନିଜର ସ୍ପଷ୍ଟ ମତ ପ୍ରକାଶ କରୁଥିବା କଙ୍ଗନା ଏଥର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀ ମାଧ୍ୟମରେ ଏହି ଘଟଣା ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କଙ୍ଗନା ଲେଖିଛନ୍ତି ଯେ, ଏହା କେତେ ଅବାନ୍ତର କଥା ଜଣେ ମହିଳା ତାଙ୍କ ପିତାମାତାଙ୍କୁ ଭୟ କରୁଥିବାରୁ ବିବାହକୁ ମନା କରିପାରିଲେ ନାହିଁ କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ଏକ ହତ୍ୟାର ଯୋଜନା କରିପାରୁଛନ୍ତି। ସାତ ଜନ୍ମ ପାଇଁ ହାତ ଧରିଥିବା ସାଥୀକୁ କେମିତି ଜୀବନରୁ ମାରିଦେଉଛନ୍ତି। ତେବେ ଦେଖିବାକୁ ଗଲେ ଏହିପରି ଘଟଣା ବାରମ୍ବାର ଘଟୁଛି। ଏହି ହତ୍ୟାକାରୀମାନଙ୍କୁ ଶକ୍ତରୁ ଶକ୍ତ ଦଣ୍ଡ ଦିଆଯାଉ ଯେପରି ଆଉ କେହି ବି ଏପରି ଅମାନବୀୟ ଘଟଣା ଘଟାଇବ ନାହିଁ।

ଏ ନେଇ କଙ୍ଗନା ଆହୁରି କହିଛନ୍ତି, 'ସକାଳରୁ ଏହା ମୋ ମନକୁ ବିବ୍ରତ କରିଛି, ମୁଁ ବୁଝିପାରୁନାହିଁ। ସେ ଛାଡପତ୍ର ନେଇପାରିଥାନ୍ତେ କିମ୍ବା ତାଙ୍କ ପ୍ରେମିକଙ୍କ ସହିତ ପଳାଇ ଯାଇପାରିଥାନ୍ତେ, କିନ୍ତୁ ସେ ହତ୍ୟା ଯୋଜନା କରିଥିଲେ। ମୂର୍ଖ ଲୋକଙ୍କୁ କେବେ ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ। ସେମାନେ ସମାଜ ପାଇଁ ସବୁଠାରୁ ବଡ଼ ବିପଦ। ଆମେ ସେମାନଙ୍କ ଉପରେ ହସୁ, କିନ୍ତୁ ସେମାନେ ବିପଦପୂର୍ଣ୍ଣ ହୋଇପାରନ୍ତି।












Click it and Unblock the Notifications