Get Updates
Get notified of breaking news, exclusive insights, and must-see stories!

ହନିଟ୍ରାପରେ ଭାରତୀୟ ଯବାନ, ଗିରଫ

ପାକିସ୍ତାନ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଦେଇ ଫସିଯାଇଛନ୍ତି ସେନା ଅଧିକାରୀ ପ୍ରଦୀପ କୁମାର । ରାଜ୍ୟ ସ୍ବତନ୍ତ୍ର ଶାଖା ଦ୍ବାରା ପ୍ରଦୀବଙ୍କୁ ଗିରଫ କରାଯାଇଛି ।

ଜୟପୁର: ହନିଟ୍ରାପରେ ଫଶୁଛନ୍ତି ଅନେକ ଭାରତୀୟ ସୈନିକ । ସୁନ୍ଦରୀ ମହିଳା ମାନଙ୍କୁ ବ୍ୟବହାର କରି ଅନ୍ୟ ଦେଶର ସୈନିକ ମାନଙ୍କୁ ଟାର୍ଗେଟ କରାଯାଉଛି । ଏହାଦ୍ବାରା ସୁରକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇବାରେ ସଫଳ ହେଉଛନ୍ତି ଗୁପ୍ତଚର ସଂସ୍ଥା । ରାଜସ୍ଥାନ ଇଣ୍ଟେଲିଜେନ୍ସର ରାଜ୍ୟ ସ୍ବତନ୍ତ୍ର ଶାଖାର ତଦନ୍ତରେ ଏଭଳି ଏକ ମାମଲା ସାମନାକୁ ଆସିଛି ।

Honey trap

ପାକିସ୍ତାନ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଦେଇ ଫସିଯାଇଛନ୍ତି ସେନା ଅଧିକାରୀ ପ୍ରଦୀପ କୁମାର । ରାଜ୍ୟ ସ୍ବତନ୍ତ୍ର ଶାଖା ଦ୍ବାରା ପ୍ରଦୀବଙ୍କୁ ଗିରଫ କରାଯାଇଛି । ଡିଜି ଇଣ୍ଟେଲିଜେନ୍ସ ଉମେଶ ମିଶ୍ରାଙ୍କ ସୂଚନା ଅନୁଯାୟୀ, ଯୋଧପୁରରେ ଭାରତୀୟ ସେନାର ସମ୍ବେଦନଶୀଳ ରେଜିମେଣ୍ଟରେ କାର୍ଯ୍ୟରତ ସେନା ଅଧିକାରୀ ପ୍ରଦୀପ କୁମାର ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ ।

ଗତ ମେ 18 ତାରିଖ ଅପରାହ୍ନରେ ପ୍ରଦୀପଙ୍କୁ ପ୍ରଥମେ ଗିରଫ କରାଯାଇ ଜୟପୁରକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ପଚରାଉଚରା ପରେ ତାଙ୍କୁ ଶନିବାର ରାଜ୍ୟ ସ୍ବତନ୍ତ୍ର ଶାଖା ଗିରଫ କରିଛି । ଘଟଣାରେ ତଦନ୍ତ ବେଳେ ଜଣାପଡ଼ିଛି ଯେ, 24 ବର୍ଷୀୟ ପ୍ରଦୀପ 3 ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ ତାଲିମ ପରେ ତାଙ୍କୁ ଯୋଧପୁରରେ ତାଙ୍କୁ ନିଯୁକ୍ତି ମିଳିଥିଲା ।

ପ୍ରାୟ ସାତ ମାସ ପୂର୍ବେ ପ୍ରଥମେ ପ୍ରଦୀପଙ୍କ ସହ ମହିଳା ଫୋନରେ କଥା ହୋଇଥିଲେ । ମିଛ କହି ପ୍ରଦୀପଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲେ । ସେ ନିଜକୁ ମଧ୍ୟପ୍ରଦେଶ ଗ୍ବାଲିୟରର ବାସିନ୍ଦା ବୋଲି ପରିଚୟ ଦେଇଥିଲେ । ଏଥିସହ ସେ ବାଙ୍ଗାଲୋରର ମିଲିଟାରୀ ନର୍ସିଂ ସର୍ଭିସରେ କାର୍ଯ୍ୟରତ ଥିବା କହିଥିଲେ । ପାକିସ୍ତାନୀ ମହିଳା ଏଜେଣ୍ଟ ପ୍ରଦୀପଙ୍କୁ ହନିଟ୍ରାପରେ ଫସାଇ କେବଳ କଲ ନୁହେଁ ହ୍ବାଟ୍ସଆପରେ ଚାଟିଂ ସହ ଭିଡ଼ିଓ କଲ ଆଦି କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+