ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଚାକିରିଆ ପରିବାର ସଦସ୍ୟଙ୍କଠୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀ
ଚାକିରିଆଙ୍କଠୁ କମ୍ ନୁହଁନ୍ତି ଗୃହିଣୀ । ଦରମାପ୍ରାପ୍ତ ବା ଚାକିରିଆ ପରିବାର ସଦସ୍ୟଙ୍କଠୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀ । ଏକ ଗାଡ଼ି ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି, ଗୃହିଣୀଙ୍କ ସଂପର୍କରେ ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ । ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ ।
ସୁପ୍ରିମ କୋର୍ଟ ଆହୁରି କହିଛି ଯେ, ନିର୍ଦ୍ଦିଷ୍ଟ ପରିମାଣର ଆୟ କରୁଥିବା ଜଣେ ପରିବାର ସଦସ୍ୟଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗୃହିଣୀଙ୍କ ଭୂମିକା ବି ସେତିକି ଗୁରୁତ୍ବପୂର୍ଣ୍ଣ ।

ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ । ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଅଧିକ । ତେଣୁ ନିର୍ଦ୍ଦିଷ୍ଟ ପରିମାଣର ଆୟ କରୁଥିବା ଜଣେ ପରିବାର ସଦସ୍ୟଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗୃହିଣୀଙ୍କ ଭୂମିକା ବି ସେତିକି ଗୁରୁତ୍ବପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛି ।
ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ୨୦୦୬ରେ ଜଣେ ମହିଳାଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଆଉ କାରର ଇନସ୍ୟୁରାନ୍ସ ନଥିବାରୁ ଏହାର ମାଲିକ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ନାବାଳକ ପୁଅ ସମେତ ପରିବାରକୁ କ୍ଷତିପୂରଣ ଦିଆଯିବାର ଥିଲା । ସେତେବେଳେ ଏକ ଟ୍ରିବ୍ୟୁନାଲ୍ କ୍ଷତିପୂରଣ ଅଢ଼େଇ ଲକ୍ଷ ଟଙ୍କା ବୋଲି ଧାର୍ଯ୍ୟ କରିଥିଲେ। ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ମହିଳାଙ୍କ ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଅଧିକ କ୍ଷତିପୂରଣ ପାଇଁ ଅପିଲ୍ କରିଥିଲେ ।
ତେବେ ମହିଳା ଜଣକ ଗୃହିଣୀ ହୋଇଥିବାରୁ ତାଙ୍କର ଲାଇଫ ଏକ୍ସପେକ୍ଟାନ୍ସି ଏବଂ ସର୍ବନିମ୍ନ ଜାତୀୟ ଆୟ ଆଧାରରେ ଏହି ଆବେଦନକୁ ୨୦୧୭ରେ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାପରେ ମହିଳାଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ଏଥର ସୁପ୍ରିମକୋର୍ଟଙ୍କ ପାଖରେ ଆଉ ନିରାଶ ହେବାକୁ ପଡ଼ି ନଥିଲା । ଜଷ୍ଟିସ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଏହାକୁ ୬ ସପ୍ତାହ ଭିତରେ ଦେବାକୁ କହିଛନ୍ତି ।
ଖଣ୍ଡପୀଠ ବଡ ରାୟ ଦେଇ କହିଛନ୍ତି ଯେ, ଜଣେ ଗୃହିଣୀଙ୍କ ଆୟ କିପରି ଜଣେ ଦିନ ମଜୁରିଆ ଆୟ ଠାରୁ ବି କମ୍ ବୋଲି ଗ୍ରହଣ କରାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ।












Click it and Unblock the Notifications