‘ଅସ୍ତ୍ର’ର ସଫଳ ପରୀକ୍ଷଣ, ଅଦୃଶ୍ୟ ଲକ୍ଷ୍ୟକୁ କଲା ଟାର୍ଗେଟ
ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର 'ଅସ୍ତ୍ର'ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ ପାଇଁ ଉତ୍ତେଜନା ସୃଷ୍ଟି କରିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଟି ଓଡ଼ିଶାର ଚାନ୍ଦିପୁର ଉପକୂଳରେ ପରୀକ୍ଷଣ କରାଯାଇଥିଲା।

ମନ୍ତ୍ରଣାଳୟ କହିଛି, ଏହି ପରୀକ୍ଷଣରେ, କ୍ଷେପଣାସ୍ତ୍ରଟି ଆକାଶରେ ଉଡ଼ୁଥିବା ଲକ୍ଷ୍ୟକୁ ସିଧାସଳଖ ଆଘାତ କରିଥିଲା। ଫଳରେ ଏହାର ପରୀକ୍ଷଣ ସଫଳ ହୋଇଛି। ଅସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଏୟାର ଫୋର୍ସ, ଏଡିଏ ଏବଂ ହାଲକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁଯାୟୀ, ତେଜସ ହାଲୁକା ଯୁଦ୍ଧ ବିମାନ ଏଲଏସପି-୭ ଅଗଷ୍ଟ ୨୩ ତାରିଖରେ ଗୋଆର ସମୁଦ୍ର ଉପକୂଳରେ ଏୟାର ଟୁ ଏୟାର ଟାର୍ଗେଟ୍ କରୁଥିବା ସ୍ବଦେଶୀ 'ଅସ୍ତ୍ର' ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷଣ ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରିଛି । ଏହା ଏକ ଆଦର୍ଶ ଟେକ୍ଷ୍ଟ ବୁକ୍ ଲଞ୍ଚ ଥିଲା । ଏହି ପ୍ରକ୍ଷେପଣକୁ ଡିଆରଡିଓ ନିରୀକ୍ଷଣ କରୁଥିଲା । ତେଜସ ଏୟାରକ୍ରାଫ୍ଟରେ 'ଅସ୍ତ୍ର'ର ସଫଳ ପରୀକ୍ଷଣ ବାୟୁ ସେନାର ଶକ୍ତି ବଢ଼ାଇଛି । ଏହା ଦ୍ବାରା ଶତ୍ରୁଦେଶକୁ ସହଜରେ ଟାର୍ଗେଟ୍ କରି ହେବ ।












Click it and Unblock the Notifications