ଗୃହ ମନ୍ତ୍ରାଳୟ ସୁରକ୍ଷାରେ ତ୍ରୁଟି, ନକଲି ଆଇଡି ଦେଖାଇ ଭିତରକୁ ପ୍ରବେଶ କଲେ ଯୁବକ
ସଂସଦ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷା ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି। ନକଲି ଅଇଡି ସାହାଯ୍ୟରେ ଜଣେ ଯୁବକ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିଛି । ଦିଲ୍ଲୀ ପୋଲିସ ଯୁବକଙ୍କୁ ଗିରଫ କରି ପଚରାଉଚରା କରାଯାଉଛି ।

ସୂଚନାନୁସାରେ, ଦିଲ୍ଲୀ ଦତ୍ତ ପଥ୍ ପୋଲିସ ଷ୍ଟେସନ ଅଧୀନରେ ନକଲି ପରିଚୟ ପତ୍ରରେ ଦେଖାଇ ଗୃହ ମନ୍ତ୍ରଣାଳୟର ଉତ୍ତର ବ୍ଲକ ଦେଇ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ଆଦିତ୍ୟ ପ୍ରତାପ ସିଂ।
କୁହାଯାଉଛି ଯେ ଆଦିତ୍ୟ କେଉଁ ଉଦ୍ଦେଶ୍ୟରେ ନକଲି ଆଇଡିରେ ପ୍ରବେଶ କରିଛନ୍ତି ପୋଲିସ ତଦନ୍ତ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସୁରାଗ ମିଳିନାହିଁ। ସୂଚନା ଅନୁଯାୟୀ, ସେ କାହାକୁ ଠକିବା ଉଦ୍ଦେଶ୍ୟରେ ଭିତରକୁ ପ୍ରବେଶ କରିଥିଲେ। ସ୍ୱତନ୍ତ୍ର ସେଲ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।












Click it and Unblock the Notifications